ସାବଧାନ: ଏହି ତିନୋଟି ଜିନିଷ ବଢ଼ାଉଛି କରୋନା ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଆଶଙ୍କା : ଚେତାଇଲେ ବିଶେଷଜ୍ଞ

Share It

କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ବ୍ଲାକ ଫଙ୍ଗସ ସଂକ୍ରମଣ, ଅର୍ଥାତ୍ ମ୍ୟୁକୋର୍ମାଇକୋସିସ୍ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି | ଦେଶର ଅନେକ ରାଜ୍ୟରେ ଏପରି ଘଟଣା ଘଟିଛି ଯାହା ସରକାର ତଥା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ ରାଜ୍ୟ ଏହାକୁ କରୋନା ପରି ମହାମାରୀ ବୋଲି ଘୋଷଣା କରିଛନ୍ତି। ସମ୍ପ୍ରତି, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ. ପୌଲ ବିଶ୍ବାସ କରନ୍ତି ଯେ କୋଭିଡ୍ ଚିକିତ୍ସା ପାଇଁ ଷ୍ଟେରଏଡ୍ ର ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ୍ ବିସ୍ତାର ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଇପାରିବ ନାହିଁ |ବର୍ତ୍ତମାନ ଏହି ବିଷୟରେ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି |

ବ୍ଲାକ ଫଙ୍ଗସ୍ ଥିବା ୨୧୦ ରୋଗୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଛି। ଅଧ୍ୟୟନ ଅନୁଯାୟୀ, ଏହି ସମସ୍ତ ରୋଗୀଙ୍କୁ ଆଣ୍ଟିବାୟୋଟିକ୍ (Azithromycin, Doxycycline ଏବଂ Carbapenems) ଦିଆଯାଇଥିଲା ଏବଂ ଆଣ୍ଟିବାୟୋଟିକ୍ ନେବା ପରେ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ ବୋଲି ଦାବି କରାଯାଇଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ଡାକ୍ତରଖାନାର ଡକ୍ଟର ଭି.ପି ପାଣ୍ଡେ ଏହି ଅଧ୍ୟୟନ କରିଛନ୍ତି।

ଭାରତୀୟ ମେଡିକାଲ ଆସୋସିଏସନର କୋଚି ଚାପ୍ଟରର ପୂର୍ବତନ ମୁଖ୍ୟ ଡକ୍ଟର ରାଜୀବ ଜୟଦେବନ ଏକ ଟୁଇଟ୍‌ରେ କହିଛନ୍ତି ଯେ ଡକ୍ଟର ଭି.ପି ପାଣ୍ଡେଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ମଧ୍ୟରୁ ୧୪ ପ୍ରତିଶତ ରୋଗୀ ଏପରି ମିଳିଛନ୍ତି, ଯେଉଁମାନଙ୍କ ଠାରେ ଷ୍ଟେରଏଡର ବ୍ୟବହାର ହୋଇନଥିଲା, ଯେତେବେଳେକି ୨୧ ପ୍ରତିଶତ ରୋଗୀଙ୍କର ମଧୁମେହ ନଥିଲା। ଏଥିସହ ସେ କହିଛନ୍ତି ଯେ ପ୍ରାୟ ୫୨ ପ୍ରତିଶତ ରୋଗୀ ଅମ୍ଳଜାନ ସହାୟତାରେ ଥିଲେ।


ଡକ୍ଟର ରାଜୀବ ଜୟଦେବନ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ଅତ୍ୟଧିକ ଷ୍ଟିମିଙ୍ଗ ବା ବାଷ୍ପ ମଧ୍ୟ ବ୍ଲାକ ଫଙ୍ଗସ୍ ସଂକ୍ରମଣର କାରଣ ହୋଇପାରେ। ସେ କହିଛନ୍ତି ଯେ ଅତ୍ୟଧିକ ବାଷ୍ପ ମ୍ୟୁକସର ସୂକ୍ଷ୍ମ ସ୍ତରକୁ ନଷ୍ଟ କରିପାରେ ଏବଂ ମ୍ୟୁକୋସା ସହିତ ମଧ୍ୟ ଜ୍ବଳନ ସୃଷ୍ଟି କରିପାରେ, ଯାହା ଫଙ୍ଗସକୁ ଆମର ପ୍ରାକୃତିକ ପ୍ରତିରକ୍ଷା ଉପରେ ଆକ୍ରମଣ କରିବାକୁ ସହଜ କରିଥାଏ ।


ଡକ୍ଟର ରାଜୀବ ଜୟଦେବନ୍ ମଧ୍ୟ ଜିଙ୍କ ବ୍ୟବହାରକୁ ବିପଜ୍ଜନକ ବୋଲି କହିଛନ୍ତି। ବ୍ଲାକ ଫଙ୍ଗସ୍ ପାଇଁ ଏହା ଏକ ବିପଦ କାରକ ବୋଲି ସେ କହିଛନ୍ତି। ଡକ୍ଟର ରାଜୀବ ବିଶ୍ବାସ କରନ୍ତି ଯେ ଜିଙ୍କଯୁକ୍ତ ପରିବେଶରେ ଫଙ୍ଗସ ମଧ୍ୟ ବୃଦ୍ଧି ପାଇଥାଏ ଏବଂ ସ୍ତନ୍ୟପାୟୀ କୋଷଗୁଡିକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଙ୍କକୁ ଫଙ୍ଗସଠାରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତି।


Share It

Comments are closed.