କୋଭିଡ-୧୯ର ଖୁଲାସା କରିଥିବା ଚୀନର ଷଷ୍ଠ ଡାକ୍ତରଙ୍କ ମୃତ୍ୟୁ, ତ୍ୱଚା କଳା ପଡ଼ିବାରେ ଲାଗିଥିଲା

Share It

ଚୀନରେ କରୋନା ସଂକ୍ରମଣର ଖୁଲାସା କରିଥିବା ଡାକ୍ତରୀ ଦଳରେ ସାମିଲ ଥିବା ଆଉ ଜଣେ ଡାକ୍ତର ହୁ ୱିଫେଙ୍ଗର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି । ସେ କରୋନାରେ ମୃତ୍ୟୁବରଣ କରିଥିବା ଏହି ଦଳର ଷଷ୍ଠ ସଦସ୍ୟ ଅଟନ୍ତି । ହୁ ୱିଫେଙ୍ଗ ଚୀନରେ କରୋନା ଭାଇରସ ବିଷୟରେ ସବୁଠାରୁ ପ୍ରଥମେ ଚେତାବନୀ ଦେଇଥିବା ହ୍ୱିଶଲେବ୍ଲୋଅର ଡାକ୍ତର ଲୀ ୱେନଲିଆଂଙ୍ଗଙ୍କ ଟିମର ଅଂଶ ଥିଲେ ।

Dr. Hu Weifeng during treatment: Global Times

ଚୀନ ମିଡିଆରୁ ମିଳିଥିବା ସୂଚନା ଅନୁଯାୟୀ ହୁ ୱିଫେଙ୍ଗ ଗତ ଚାରି ମାସ ହେବ କରୋନା ସଂକ୍ରମଣ ସହ ଲଢ଼ୁଥିଲେ । ଏତିତିରେ ନୀକଟରେ ଖବର ମଧ୍ୟ ଆସିଥିଲା ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଠିକ ହେଉଛି ଏବଂ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣାଯିବ । ଡାକ୍ତରଙ୍କ ମୃତ୍ୟୁ ପରଠାରୁ ଲୋକଙ୍କ ମନରେ ପ୍ରାଶାସନ ବିରୋଦ୍ଧରେ ରାଗ ଭରି ଯାଇଛି । ଚୀନରେ ଅନେକ ଲୋକ କରୋନା ବିରୁଦ୍ଧରେ ତାଙ୍କ ଯୁଦ୍ଧ ପାଇଁ ୱିଫେଙ୍ଗଙ୍କୁ ଜଣେ ହିରୋ ଭାବେ ଦେଖିବାକୁ ଲାଗିଥିଲେ । ତାଙ୍କ ମୃତ୍ୟୁ ବିଷୟରେ ଅଧିକ ସୂଚନା ଦିଆଯାଇନାହିଁ ।
କିଏ ଥିଲେ ଡାକ୍ତର ହୁ ୱିଫେଙ୍ଗ ?
ଡାକ୍ତର ୱିଫେଙ୍ଗ ଚୀନର ବୁହାନ ସେଂଟ୍ରାଲ ହସପିଟାଲରେ ଜଣେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ଡାକ୍ତର ଲି ୱେନେଲିଆଙ୍ଗଙ୍କର ସେହି ଦଳର ଅଂଶ ଥିଲେ, ଯାହା ଦୁନିଆକୁ କରୋନାର ପ୍ରାରମ୍ଭିକ ସୂଚନା ଦେଇଥିଲା । ବୁହାନ କରୋନା ଭାଇରସର ଗଡ଼ ଥିଲା । ଏଠାରେ ଡାକ୍ତର ୱିଫେଙ୍ଗ ଏବଂ ଡାକ୍ତର ଲି କାମ କରୁଥିଲେ ।
କରୋନା ବିଷୟରେ ଚେତାବନୀ ଦେବା ଯୋଗୁଁ ଚୀନ ସରକାର ଡାକ୍ତର ୱେନଲିଆଙ୍ଗଙ୍କୁ ଚେତାବନୀ ଦେଇ ନିଜ ମୂହଁ ବନ୍ଦ ରଖିବା ପାଇଁ ଧମକାଇଥିଲେ । ଏମିତିରେ ପରେ ସେ ହସପିଟାଲରେ ଏକ ଭିଡିଓ ମାଧ୍ୟମରେ ନିଜର କାହାଣୀ ସମ୍ପର୍କରେ ଜଣାଇଥିଲେ ।
ଚିକିତ୍ସା ସମୟରେ ଡାକ୍ତର ହୁ ୱିଫେଙ୍ଗ ଏବଂ ତାଙ୍କର ସାଥୀ କାର୍ଡିଓଲୋଜିଷ୍ଟ ୱି ଫ୍ୟାନଙ୍କର ଲିଭର କାମ କରିବା ବନ୍ଦ କରିଦେଇଥିଲା, ଯେଉଁ କାରଣରୁ ତାଙ୍କର ତ୍ୱଚାର ରଙ୍ଗ କଳା ପଡ଼ିଯାଇଥିଲା ।
ଏମିତିରେ ଚୀନରେ ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁକୁ ନେଇ କୌଣସି ଆକଳନ ଦିଆଯାଇନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ ଭାଇରସର ପ୍ରାରମ୍ଭିକ ପର୍ଯ୍ୟାୟରେ ଡ୍ରଜନ ପାଖାପାଖି ସ୍ୱାସ୍ଥ୍ୟ କର୍ମୀ ଏହାର ବଳୟ ମଧ୍ୟକୁ ଆସିଥିଲେ । ଅନ୍ୟପଟେ ଅଧା ଡ୍ରଜନ ପାଖାପାଖି ସ୍ୱାସ୍ଥ୍ୟକର୍ମୀ ଏଥିରେ ମୃତ୍ୟୁବରଣ କରିଥିଲେ । ନୀକଟରେ ବୁହାନରେ ନୂଆ କେସ ସଂଖ୍ୟାରେ ହ୍ରାସ ଦେଖାଯାଇଛି ଏବଂ ଏକ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ପୁଣି ଖୋଲିଦିଆଯାଇଛି ।


Share It

Comments are closed.