ଅଚାନକ ବଦଳିଲା ଆମେରିକାର ସ୍ୱଭାବ, ଟ୍ୱିଟରରେ ନରେନ୍ଦ୍ର ମୋଦୀଙ୍କୁ ଅନଫଲୋ କଲା ହ୍ୱାଇଟ ହାଉସ
କରୋନା ସଂକଟ ମଧ୍ୟରେ ହ୍ୱାଇଟ ହାଉସ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟରରେ ଫଲୋ କରିବାର କିଛି ଦିନ ପରେ ହିଁ ଅନଫଲୋ କରିଦେଇଛି । ଭାରତ ହାଇଡ୍ରୋକ୍ଲୋରୋକୁଇନ ଔଷଧ ଦେଇ ଆମେରିକାକୁ ସାହଯ୍ୟ କରିଥିଲା । ଏହାର କିଛି ଦିନ ପରେ ହ୍ୱାଇଟ ହାଉସ ଏପ୍ରିଲ ୧୦ରେ ପିଏମ ନରେନ୍ଦ୍ର ମୋଦୀ ଏବଂ ଭାରତର ପାଂଚଟି ଟ୍ୱିଟର ହାଣ୍ଡେଲ ଆକାଉଂଟକୁ ଫଲୋ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଏବେ ହ୍ୱାଇଟ ହାଉସ ଏହି ସମସ୍ତଙ୍କୁ ଅନଫଲୋ କରିଦେଇଛି ।
ହ୍ୱାଇଟ ହାଉସ ଯେଉଁସବୁ ଟ୍ୱିଟର ଆକାଉଂଟକୁ ଫଲୋ କରିବା ଆରମ୍ଭ କରିଥିଲା ସେଗୁଡ଼ିକ ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଭାରତୀୟ ଦୂତାବାସ ଏବଂ ଭାରତରେ ଆମେରିକା ଦୂତାବାସ ସାମିଲ ରହିଛି । ଏମାନଙ୍କ ବ୍ୟତୀତ ଭାରତରେ ଆମେରିକା ରାଜଦୂତ କେନ ଜଷ୍ଟରଙ୍କୁ ମଧ୍ୟ ଫଲୋ କରାଯାଇଥିଲା । ଏହା ସହିତ ହ୍ୱାଇଟ ହାଉସ ଦ୍ୱାରା ଫଲୋ କରାଯାଇଥିବା ଆକାଉଂଟ ସଂଖ୍ୟା ୧୯ ହୋଇଯାଇଥିଲା, ଯେଉଁଥିରେ ସମସ୍ତ ବିଦେଶୀ ହାଣ୍ଡେଲ ଭାରତ ସହ ସମ୍ପର୍କୀିତ ଥିଲେ । ଏବେ ହ୍ୱାଇଟ ହାଉସ ପୁଣିଥରେ ୧୩ ଟ୍ୱିଟ ହାଣ୍ଡେଲକୁ ଫଲୋ କରିବା ଆରମ୍ଭ କରିଦେଇଛି । ହ୍ୱାଇଟ ହାଉସ ଏବେ ଯେଉଁସବୁ ଆକାଉଂଟକୁ ଫଲୋ କରୁଛି ସେଥିରେ ସବୁଗଡ଼ିକ ଆମେରିକୀୟ ପ୍ରଶାସନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ବନ୍ଧିତ ।
ଅସଲରେ ଆମେରିକା ଅନ୍ୟ କୌଣସି ଦେଶ କିମ୍ବା ସେଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କର ଟ୍ୱିଟର ହାଣ୍ଡେଲକୁ ଫଲୋ କରେ ନାହିଁ । କିନ୍ତୁ ଭାରତର ଏହି ହାଣ୍ଡେଲଗୁଡ଼ିକୁ ଏକ ବ୍ୟତିକ୍ରମ ସ୍ୱରୂପ ଫଲୋ କରାଯାଇଥିଲା । କିନ୍ତୁ ଆମେରିକା ଏବେ ନିଜ ସ୍ୱଭାବରେ ପରିବର୍ତନ କରିଦେଇଛି ଏବଂ ଏବେ ହ୍ୱାଇଟ ହାଉସ ବାହାରେ କାହାକୁ ମଧ୍ୟ ଫଲୋ କରୁନାହିଁ ।
Comments are closed.