ପ୍ରତିଦିନ କେବଳ ଗୋଟିଏ ସିଝାଅଣ୍ଡା ଖାଇଲେ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ
ଅଣ୍ଡାରେ ନ୍ୟୁଟ୍ରିସନ୍ ଭରପୁର ମାତ୍ରାରେ ମିଳିଥାଏ, କିନ୍ତୁ ଏହାର ନ୍ୟୁଟ୍ରିସନ୍ ଭାଲ୍ୟୁ ମଧ୍ୟ ଏହାର ରନ୍ଧନ ଶୈଳୀ ଏବଂ ଖାଇବା ସମୟ ଉପରେ ନିର୍ଭର କରିଥାଏ । ଏହାକୁ ଅନେକ ଉପାୟରେ ଖାଇହେବ, କିନ୍ତୁ ଏହାକୁ ସିଝାଇ ଖାଇବା ଦ୍ୱାରା ଅଧିକ ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କଠିନ ସିଝା ହୋଇଥିବା ଅଣ୍ଡା ଅଧିକ ଲାଭଦାୟକ ହୋଇଥାଏ କାରଣ ଏହା କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ମରିଯାଇଥାନ୍ତି । ଅଣ୍ଡାରେ ପ୍ରୋଟିନ୍, ଆଇରନ୍, ଭିଟାମିନ୍ ଏ, ବି ୬, ବି ୧୨, ଫୋଲେଟ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ସେଲେନିୟମ୍ ଏସେନସିଆଲ୍ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ । ଆସନ୍ତୁ ଜାଣିବା ସିଝା ଅଣ୍ଡା ଖାଇବାର ଫାଇଦା ବିଷୟରେ…
ପ୍ରୋଟିନରେ ଭରପୁର :
ଶରୀରରେ ଶକ୍ତି ବଜାୟ ରଖିବାରେ ପ୍ରୋଟିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆମେ ଜଳଖିଆରେ ସିଝା ଅଣ୍ଡା ଖାଇଥାଉ, ତେବେ ଆମ ଶରୀରକୁ ପ୍ରୋଟିନ୍ ମିଳିଥାଏ ଏବଂ ଆମେ ଦିନସାରା ଏନର୍ଜିରେ ପରିପୂର୍ଣ୍ଣ ରହିଥାଉ ।
କୋଲେଷ୍ଟ୍ରଲ୍ ବାଲାନ୍ସ କରିଥାଏ :
ଅଣ୍ଡାରେ ଫସଫାଟାଇଡ୍ସ ଏବଂ ଓମେଗା -୩ ଏସିଡ୍ ମିଳିଥାଏ, ଯାହା ବ୍ୟାଡ୍ କୋଲେଷ୍ଟ୍ରଲକୁ ବାଲାନ୍ସ କରିଥାଏ । ତେଣୁ ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସକାଳେ ସିଝା ଅଣ୍ଡା ଖାଇପାରିବେ । କିନ୍ତୁ ଯଦି ଆପଣ ତେଲରେ ଓମଲେଟ୍ ତିଆରି କରି ଅଣ୍ଡା ଖାଆନ୍ତି, ତେବେ ଏହା ଶରୀରରେ କୋଲେଷ୍ଟ୍ରଲକୁ ବଢାଇପାରେ ।
ବ୍ରେନ୍ ପାଇଁ ଲାଭଦାୟକ :
ଅଣ୍ଡାରେ କୋଲାଇନ୍ ନାମକ ଏକ ଏନଜାଇମ୍ ଥାଏ ଯାହା ସ୍ମୃତି ଶକ୍ତି ବଜାୟ ରଖିବା ପାଇଁ କାମ କରିଥାଏ । ଶରୀରରେ କୋଲିନର ଅଭାବ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ନିଜ ଜଳଖିଆରେ ଏକ ସିଝା ଅଣ୍ଡାକୁ ଅନ୍ତର୍ଭୁକ୍ତ କରନ୍ତି, ତେବେ ଆପଣଙ୍କ ଶରୀରରେ କୋଲାଇନ୍ର ଅଭାବ ରହିବ ନାହିଁ ।
Comments are closed.