ହସ୍ପିଟାଲ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ, ଶେଷରେ ସ୍କୁଟିରେ ପ୍ରାଣ ତ୍ୟାଗ କଲେ କରୋନା ସଂକ୍ରମିତ ବ୍ୟକ୍ତି

ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ନମିଳିବା ହେତୁ ଅଧା ରାସ୍ତାରେ ପ୍ରାଣ ତ୍ୟାଗ କଲେ କରୋନା ସଂକ୍ରମିତ ବ୍ୟକ୍ତି


କରୋନା ଭାଇରସକୁ ନେଇ ଇନ୍ଦୋରରେ ପରିସ୍ଥିତି ଅଣାୟାତ୍ତହୋଇପଡିଥିବାବେଳେ ଏଠାରେ ସଂକ୍ରମିତ ସଂଖ୍ୟା ୫୦୦ରୁ ଉର୍ଦ୍ଧ୍ୱକୁ ଛୁଇଁଗଲାଣି । ଏହି ମଧ୍ୟରେ ପ୍ରଶାସନର ଅବହେଳାତାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ପ୍ରଶାସନର ଅବହେଳାତା ପାଇଁ ମଙ୍ଗଳବାର ଦିନ ଜଣେ କରୋନା ସନ୍ଦିଗ୍ଧଙ୍କର ସ୍କୁଟି ଉପରେ ହିଁ ପ୍ରାଣ ହାନୀ ହେବାର ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଏହା ପରେ ମୃତ ଦେହକୁ ନେବା ପାଇଁ ଆମ୍ବୁଲାନ୍ସ ନମିଳିବା ହେତୁ ତାଙ୍କ ପରିବାର ଲୋକେ ଶବକୁ ଧରି ସହର ଭିଡରେ ଏଣେତେଣି ବୁଲିବା ସହ ହିନସ୍ତା ମଧ୍ୟ ହୋଇଥଲେ ।
ମିଳିଥିବା ସୂଚନା ମୁତାବକ, ଇନ୍ଦୋରର ମରିମାତା ଅଞ୍ଚଳର ପାଣ୍ଡୁରାଓ ଗତ ୮ରୁ ୧୦ ଦିନ ହେବ ରୋଗରେ ପୀଡିତ ଥିଲେ । ସେ ଥଣ୍ଡା ଏଂ ଜ୍ୱରରେ ପୀଡିତ ଥଲେ । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିଗିଡି ଯାଇଥିଲା । ଏହା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବାବେଳକୁ ଦୁର୍ଭାଗ୍ୟବଶତଃ ତାଙ୍କୁ ଆମ୍ବୁଲାନ୍ସ ମିଳିନଥିଲା ।
ପାଣ୍ଡୁ ରାଓଙ୍କ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ପହଞ୍ଚିଥିଲେ ମଧ୍ୟ, ସେଠାରେ ତାଙ୍କର ଚିକିତ୍ସା ହୋଇପାରିନଥିଲା । ଏହା ପରେ ଇନ୍ଦୋରର ସବୁଠାରୁ ବଡ ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ପାଇଁ ଫୋନ କରିବା ସତ୍ତ୍ୱେ ମଧ୍ୟ ଆମ୍ବୁଲାନ୍ସ ମିଳିନଥିଲା । ସେଥିପାଇଁ ପରିବାର ଲୋକେ ବାଧ୍ୟ ହୋଇ ସ୍କୁଟିରେ ପାଣ୍ଡୁ ରାଓଙ୍କୁ ହସ୍ପିଟାଲ ନେବାବେଳକୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସରକାରୀ ଡାକ୍ତରଖାନାରେ ପହଞ୍ଚି ତାଙ୍କ ପରିବାର ଲୋକେ ପାଣ୍ଡୁଙ୍କୁ ଦୀର୍ଘ ସମୟ ଧରି ଓପିଡିରେ ବସିଥିଲେ ମଧ୍ୟ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇନଥିଲା ।
ପରିବାର ଲୋକଙ୍କ କହିବା ଅନୁଯାୟୀ ପାଣ୍ଡୁଙ୍କ ନିକଟରେ କରୋନା ଲକ୍ଷଣ ଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପରୀକ୍ଷା କରାଯାଇନଥିଲା ।


Share It

Comments are closed.