ପ୍ରଶଂସକଙ୍କ ସହ ନିଜ ଜୀବନର ପ୍ରଥମ ଫଟୋସୁଟ ସେୟାର କଲେ ଅମିତାଭ


ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ନିଜ ଜୀବନର ପୁରୁଣା ଘଟଣାବଳୀ ଏବଂ ଫଟୋ ସେୟାର କରି ଆସୁଛନ୍ତି । ଏମିତିରେ ଅମିତାଭ ନିଜର ପ୍ରଥମ ଫଟୋସୁଟର ଫଟୋ ସେୟାର କରି ନିଜ ପ୍ରଶଂସକମାନଙ୍କୁ ସରପ୍ରାଇଜ କରିଦେଇଛନ୍ତି, ଯାହାକି ସେ ଗୋଟିଏ ଫିଲ୍ମ ମାଗାଜିନ ପାଇଁ ୧୯୬୯ ମସିହାରେ ସୁଟ କରିଥିଲେ ।


ନିଜର ପ୍ରଥମ ଫଟୋସୁଟର ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି ଯେ-୧୯୬୯ରେ ଫିଲ୍ମ ଜଗତରେ ଯୋଗଦେବା ପରେ ମୋର ପ୍ରଥମ ଫଟୋସୁଟ । ଏହା ଷ୍ଟାର ଆଣ୍ଡ ଷ୍ଟାଇଲ ପାଇଁ ଥିଲା । ଫିଲ୍ମଫେୟାର ମାଗାଜିନ ପରେ ସେହି ସମୟରେ ଏହା ଲୋକପ୍ରିୟ ମାଗାଜିନ ଥିଲା । ଜର୍ଣ୍ଣାଲିଷ୍ଟ ଦେବଯାନୀ ଛୋବ୍‌ଲେଙ୍କୁ ଲାଗୁଥିଲା ଯେ ମୁଁ ଷ୍ଟାର ମଧ୍ୟ ଏବଂ ମୋ ଠାରେ ଷ୍ଟାଇଲ ମଧ୍ୟ ରହିଛି । ସେ ଏଭଳି ଭାବୁଥିଲେ । କିନ୍ତୁ ବାସ୍ତବିକ ଏହି ପ୍ରୋଜେକ୍ଟରେ ନା କେହି ଷ୍ଟାର ଥିଲେ ନା ଥିଲା ଷ୍ଟାଇଲ ।

ନିଜ ପୋଷ୍ଟରେ ପଛେ ଅମିତାଭ ବଚନ ଉପହାସରେ ଲେଖିଛନ୍ତି ଯେ ଏହି ପ୍ରୋଜେକ୍ଟରେ ନା କେହି ଷ୍ଟାର ଥିଲେ ନା ଷ୍ଟାଇଲ । କିନ୍ତୁ ତାଙ୍କ ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ଚଳଚିତ୍ର ଜଗତର ସୁପରଷ୍ଟାର ହୋଇରହିବେ । ଆଉ ତାଙ୍କ ଷ୍ଟାଇଲ ପାଇଁ ତ ଯେମିତି ଲୋକ ପାଗଳ ଥିଲେ । ଅମିତାଭଙ୍କ ଷ୍ଟାଇଲ ଏତେ ଲୋକପ୍ରିୟ ଥିଲା ଯେ ତାଙ୍କର ଡ୍ରେସିଙ୍ଗ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷକୁ ଲୋକମାନେ କପି କରୁଥିଲେ । ସେ ଆଜି ଯେଉଁ ଶୀର୍ଷ ସ୍ଥାନରେ ପହଂଚିଛନ୍ତି ଏହା ସମସ୍ତଙ୍କ ପାଇଁ ସହଜ ନୁହେଁ ।


Share It

Comments are closed.