୩୧ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ବାତିଲ


କରୋନା ସଂକ୍ରମଣ ରୋକିବାକୁ  ଭାରତୀୟ ରେଲୱେ ବୋର୍ଡ ଆଜି ଏକ ଗୁରୁତ୍ବପୂର୍ଣ୍ଣ  ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ରବିବାର ବୋର୍ଡର ଏକ ଜରୁରି ବୈଠକରେ ନିଷ୍ପତ୍ତି ନିଆଯାଇଛି। .ଦେଶବ୍ୟାପି  ମେଲ୍ ,ଏକ୍ସପ୍ରେସ୍ ଏବଂ ପାସେଞ୍ଜର୍ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କେବଳ ମାଲବାହୀ ଟ୍ରେନକୁ କଟକଣା ବାହାରେ ରଖାଯାଇଛି।

 


Share It

Comments are closed.