ଆପଣଙ୍କ ଏହିସବୁ ଅଭ୍ୟାସ ଆପଣଙ୍କ ଜୀବନରେ ଆଣିଦେବ ସଫଳତା
ଅଧିକାଂଶ ସମୟରେ ଦେଖାଯାଏ ଲୋକେ ଯେତେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଇଚ୍ଛା ମୁତାବକ ସଞ୍ଚୟ କରିପାରି ନଥାଆନ୍ତି। ଏହାସହ ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ଚେଷ୍ଟା କରି ମଧ୍ୟ ଏହାକୁ ରୋକି ହୋଇନଥାଏ। ତେବେ ଶାସ୍ତ୍ର ଅନୁଯାୟୀ ଏଭଳି କେତେକ କାରଣ ରହିଛି, ଯେଉଁଥିପାଇଁ ଏହି ସମସ୍ୟା ସହ ଆର୍ଥିକ ସମସ୍ୟା ଲାଗି ରହିଥାଏ ବୋଲି କୁହାଯାଏ। ଜାଣନ୍ତୁ ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଅଯଥାରେ ହେଉଥିବା ଖର୍ଚ୍ଚ ରୋକିବା ପାଇଁ ଶୋଇବା ପୂର୍ବରୁ ଏକ ବିଶେଷ କାର୍ଯ୍ୟ କରନ୍ତୁ। ନିୟମିତ ଶୋଇବା ପୂର୍ବରୁ ହାତ ଓ ଗୋଡ ଭଲ ଭାବେ ଧୁଅନ୍ତୁ। ମାତ୍ର ଧ୍ୟାନ ରଖନ୍ତୁ ବିଛଣାକୁ ଯିବା ପୂର୍ବରୁ ହାତ ଓ ଗୋଡ ଭଲ ଭାବେ ପୋଛି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ମନ ଶାନ୍ତ ରହିଥାଏ। ଥକ୍କାପଣ ଦୂର ହୋଇ ଉତ୍ତମ ନିଦ ହୋଇଥାଏ। ମନ ପ୍ରସନ୍ନ ରହିବା ଦ୍ୱାରା ହିଁ ଜୀବନରେ ସକରାତ୍ମକ ଶକ୍ତି ଆସିଥାଏ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଘର ବାହାରେ ଆଦୌ ଅଳିଆ ପକାନ୍ତୁ ନାହିଁ। ଏହାକୁ ସ୍ୱତନ୍ତ୍ର ସ୍ଥାନରେ ହିଁ ପକାନ୍ତୁ। ଘରର ସମ୍ମୁଖ ଭାଗ ଅପରିଷ୍କାର କରନ୍ତୁ ନାହିଁ। ଏହାସହ ନିୟମିତ ପୂଜା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ପୂଜା ପରେ ପ୍ରତିଦିନ ଘରର ମୁଖ୍ୟ ଦରଜାରେ ଗଙ୍ଗାଜଳ ଛିଞ୍ଚନ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହେବା ସହ ପ୍ରସନ୍ନ ହୋଇଥାଆନ୍ତି। ପରିବାରରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ସନ୍ଧ୍ୟା ସମୟରେ ନିଶ୍ଚୟ ଦୀପ ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ଘରେ ନିୟମିତ ପୂଜା କରନ୍ତୁ। ସକାଳ ଓ ସନ୍ଧ୍ୟାରେ ନିୟମିତ କର୍ପୂର ଆଳତୀ କରନ୍ତୁ। ମାନ୍ୟତା ଅନୁଯାୟୀ କର୍ପୂର ବାସ୍ନାରେ ସମଗ୍ର ଘରେ ସକରାତ୍ମକ ଶକ୍ତି ପ୍ରବେଶ କରେ। ନକରାତ୍ମକ ଶକ୍ତି ଦୂର ହୋଇଥାଏ। ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିଥାଏ। ଉନ୍ନତି ହୋଇଥାଏ। ଧନବୃଦ୍ଧି ହୋଇଥାଏ।
Comments are closed.