ମହିଳାଙ୍କ ମାନ, ସମ୍ମାନ, ଅଧିକାର ପାଇଁ ସ୍ୱର ଶାଣିତ କଲା ଆଲିଶା ଫାଉଣ୍ଡେସନ; ଅତ୍ୟାଚାରିତ ନାରୀଙ୍କୁ ସେମାନଙ୍କ ଅଧିକାର ମିଳୁ
ଭୁବନେଶ୍ୱର: ଆଜି ବିଶ୍ୱ ମହିଳା ଦିବସ ଅବସରରେ ଭୁବନେଶ୍ୱରର ଆଲିଶା ଫାଉଣ୍ଡେସନ ପକ୍ଷରୁ ସଚେତନତା ରାଲି ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇିଯାଇଛି । ଆଜି ସକାଳୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବତନ ଓଡ଼ିଶା ମହିଳା କମିଶନ ମୁଖ୍ୟ ଶ୍ରୀମତି ଲୋକାମୁଦ୍ରା ମହାନ୍ତି, ଅର୍ଗସ ଟିଭିର ସିଇଓ ଶ୍ରୀସଞ୍ଜୟ ଜେନା ସାମିଲ ହୋଇ ସଚେତନତା ରାଲିକୁ ଉଦଘାଟନ କରିଥିଲେ । ଏଥିରେ ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, କଣ୍ଠଶିଳ୍ପୀ ଅଭିନ୍ନ ସୁନ୍ଦର ରାଉତରାୟ, ଜୟଶ୍ରୀ ଧଳ, ସାମାଜିକ କର୍ମୀ ବୈଜୟନ୍ତୀ ଜେନା ସାମିଲ ହୋଇଥିଲେ ।
ବହୁ ସଂଖ୍ୟାରେ ମହିଳା, ପୁରୁଷ ଯୁବବର୍ଗ ସାମିଲ ହୋଇଥିଲେ । ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିବା ବାର୍ତ୍ତା – ” ସମସ୍ତ ମହିଳା ଓ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ” ସହ ନାରୀଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖିବା ବାର୍ତ୍ତା ନେଇ ରାଲି ଆୟୋଜିତ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଫାଉଣ୍ଡେସନର ଅଧ୍ୟକ୍ଷା ଅନ୍ନଦା ପ୍ରଭା ରାୟ ।
କାର୍ଯ୍ୟକ୍ରମ ଅବସରରେ ସମାଜପ୍ରତି ନିଜର ଯୋଗଦାନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନାରୀ ନେତ୍ରୀ, ଯୁବ ସମାଜସେବୀ ଓ ବଦ୍ଧିଜୀବୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ ଓ ସାଧୁବାଦ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ନିଜ ଅଭିଭାଷଣ ରଖି ଆଜି ଦିନର ମହତ୍ତ୍ୱ ସେତେବେଳେ ସାର୍ଥକ ହେବ ଯେବେ ସରକାର ସ୍ୱାମୀ ପରିତ୍ୟାକ୍ତା, ବିଧବା, ଧୋକା ଓ ଯାତନା ତାଡନା ପାଇଥିବା ମହିଳାଙ୍କୁ ସେମାନଙ୍କୁ ଉଚିତ ନ୍ୟାୟ ଦେବ । ଏନେଇ ଏକ ଦାବି ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଏହାର ଅଧ୍ୟକ୍ଷ ଅନ୍ନଦା ପ୍ରଭା ରାୟ ସୂଚନା ଦେଇଛନ୍ତି ।
Comments are closed.