ଶଙ୍ଖ ଭବନ ରେ ବିଶ୍ୱ ମହିଳା ଦିବସ ପାଳିତମା ମାନଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ କାମ କରୁଛି.
ଭୁବନେଶ୍ୱର :ବିଶ୍ୱ ମହିଳା ଦିବସଅବସରରେ ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ କହିଥିଲେ ଯେ ମା ମାନେ ସମାଜର ଶକ୍ତି ।
୧୯୯୦ ରେ ପ୍ରିୟ ନେତା ବିଜୁ ବାବୁ ମା ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମା ମାନଙ୍କ ପାଇଁ ପଞ୍ଚାୟତରେ ୩୩%ସଂରକ୍ଷଣ ରଖିଥିଲେ । ସରକାରୀ ଚାକିରୀରେ ମା ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ । ତାହା ଆଜି ସଫଳ ହୋଇଛି । ମା ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ପଞ୍ଚାୟତି ରାଜ ଅନୁଷ୍ଠାନ କୁ ମଜବୁତ୍ କରିଥିବା ଓ ମା ମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ Double Engine ସରକାର ଅପମାନିତ କରିଛନ୍ତି ବୋଲି ଶ୍ରୀ ପଟନାୟକ ଦୁଃଖ ପ୍ରକାଶ କରି ଥିଲେ. ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନକରାଗଲା ନାହିଁ ।
ଶ୍ରୀ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେକି ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ. ମା ମାନେ ପରିଶେଷରେ ସୁଭଦ୍ରା ଯୋଜନାରୁ କିଛି ଉପକାର ପାଇବେ ନାହିଁ ବୋଲି ପ୍ରକାଶ କରି ମା ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡି ର ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ.
ଏହି ଅବସରରେ ଶ୍ରୀ ପଟନାୟକ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର,ଶ୍ରୀମତୀ କୁଞ୍ଜଳତା ସାମଲ,ଶ୍ରୀମତୀ ଓଜସ୍ୱିନୀ ମାହାର.ଶ୍ରୀମତୀ ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି ଡ଼କ୍ଟର ଶ୍ରୀମତୀ ରୋଜା ଘୋଷ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.
ଏହି କାର୍ଯ୍ୟକ୍ରମ ରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀମତୀ ସୁଲତା ଦେଓ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ.
Comments are closed.