୫ଜି ସ୍ପେକ୍ଟ୍ରମ ପାଇଁ ଟେଲିକମ ବିଭାଗକୁ ୮୩୧୨.୪ କୋଟି ଟଙ୍କା ଦେଲା ଏୟାରଟେଲ


ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାତା, ଏୟାରଟେଲ ନୀକଟରେ ହୋଇଥିବା ୫ଜି ନିଲାମୀରେ ହାସଲ କରିଥିବା ସ୍ପେକ୍ଟ୍ରମ ଦେୟ ବାବଦରେ ଟେଲିକମ ବିଭାଗକୁ(ଭାରତ ସରକାର) ୮୩୧୨.୪ କୋଟି ଟଙ୍କା ପ୍ରଦାନ କରିଥିବା ପ୍ରକାଶ କରିଛି । ଏୟାରେଟଲ ୨୦୨୨ ସ୍ପେକ୍ଟ୍ରମର ୪ ବର୍ଷର ଅଗ୍ରୀମ ଦେୟ ପ୍ରଦାନ କରିଛି । କମ୍ପାନୀର ବିଶ୍ୱାସ ଯେ ଏହି ଅଗ୍ରୀମ ଦେୟ ସହିତ ଚାରିବର୍ଷ ପାଇଁ ସ୍ପେକ୍ଟ୍ରମ ଦେୟ ଏବଂ ଏଜିଆର ସମ୍ବନ୍ଧିତ ପେମେଂଟଗୁଡ଼ିକ ଉପରେ ରୋକ ରହିବ । ଯାହା ଭବିଷ୍ୟତ ନଗଦ ପ୍ରବାହକୁ ମୁକ୍ତ କରିବ ଏବଂ ଏୟାରଟେଲକୁ କେବଳ ୫ଜି ଆଣିବା ଉପରେ ଧ୍ୟାନକେନ୍ଦ୍ରିତ କରିବା ଦିଗରେ ସମ୍ବଳ ଉତ୍ସର୍ଗ କରିବାକୁ ଅନୁମତି ଦେବ । ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ ମଧ୍ୟ ଧାର୍ଯ୍ୟ ସମୟସୀମା ଠାରୁ ବହୁ ପୂର୍ବରୁ ଏହାର ବିଳମ୍ବିତ ସ୍ପେକ୍ଟ୍ରମ ଦାୟୀତ୍ୱର ୨୪,୩୩୩.୭ କୋଟି ଟଙ୍କା ପରିଶୋଧ କରିଛି ।
ଦେୟଗୁଡ଼ିକର ପ୍ରି-ପେମେଂଟ ବିଷୟରେ ମତ ରଖି ଭାରତୀ ଏୟାରଟେଲ ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ଗୋପାଲ ଭିଟ୍ଟଲ କହିଛନ୍ତି ଯେ, “୪ ବର୍ଷର ଏହି ଅଗ୍ରୀମ ପେମେଂଟ ଆମକୁ ଆମର ଅପରେଟିଙ୍ଗ ମୁକ୍ତ ନଗଦ ପ୍ରବାହକୁ ଦୃଷ୍ଟିରେ ରଖି ୫ଜି ଶୁଭାରମ୍ଭକୁ ଏକ ବ୍ୟବସ୍ଥିତ ଉପାୟରେ ଚଳାଇବାରେ ସକ୍ଷମ କରିବ । ଏୟାରଟେଲ ପାଖରେ ଅଧିକାର ପ୍ରସଙ୍ଗରୁ ୧୫,୭୪୦.୫ କୋଟି ଟଙ୍କାର ପୁଞ୍ଜି ମଧ୍ୟ ରହିଛି ଯାହା ଏବେ ଆସିବାର ଅଛି । ଆଦର୍ଶ ସ୍ପେକ୍ଟ୍ରମ ବ୍ୟାଙ୍କ, ଶ୍ରେଷ୍ଠ ଟେକ୍ନୋଲୋଜି ଏବଂ ପର୍ଯ୍ୟାପ୍ତ ମୁକ୍ତ ନଗଦ ପ୍ରବାହ ସହିତ ଆମେ ଦେଶକୁ ଏକ ବିଶ୍ୱସ୍ତରୀୟ ୫ଜି ଅନୁଭୂତି ନେଇ ଆଣିବାକୁ ଉତ୍ସାହିତ ।”


Share It

Comments are closed.