ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଫେସ୍ ଅଥେଂଟିକେଶନ ଆଧାରିତ ଇ-କେୱାଇସିର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ, ଏହାର ଗ୍ରାହକଙ୍କ ପାଇଁ ଫେସ୍ ଅଥେଂଟିକେଶନ ଆଧାରିତ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଓପ୍‌ନିଙ୍ଗ୍ ସେବାର ଶୁଭାରମ୍ଭର ଘୋଷଣା କରିଛି । ଏହି ସୁବିଧା ଆକାଉଂଟ୍ ଖୋଲିବା ପ୍ରକ୍ରିୟାକୁ ଅଧିକ ସହଜ କରିବ ଯାହାଦ୍ୱାରା ଗ୍ରାହକଙ୍କ ପାଇଁ ଏହା ବାଧାହୀନ ଏବଂ ସୁବିଧାଜନକ ହେବ । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଦେଶର ପ୍ରଥମ ପେମେଂଟ୍‌ସ ବ୍ୟାଙ୍କ ଭାବେ ଏହି ସୁବିଧା ପ୍ରଦାନ କରୁଛି । ଏହି ନୂଆ ସୁବିଧା ବ୍ୟାଙ୍କର ବିଜ୍‌ନେସ୍ କରେସ୍‌ପଣ୍ଡେଂଟ୍ (ବିସି)ଙ୍କୁ ଏକ ଫେସ୍‌-ଅଥେଂଟିକେଶନ ଇ-କେୱାଇସି ପରିଚାଳନା କରି ଏକ ଆକାଉଂଟ୍ ଖୋଲିବା ପାଇଁ ସାହାଯ୍ୟ କରିବ । ଏହି ପ୍ରମାଣୀକରଣ ପ୍ରକ୍ରିୟାକୁ ୟୁନିକ୍ ଆଇଡେଂଟିଫିକେଶନ ଅଥୋରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ନୂଆ କରି ବିକଶିତ କରାଯାଇଥିବା ଏକ ମୋବାଇଲ ଆପ୍ଲିକେଶନର ବ୍ୟବହାର କରି କରାଯିବ । ତେଣୁ ବିଜ୍‌ନେସ୍ କରେସ୍‌ପଣ୍ଡେଂଟ୍‌ମାନଙ୍କୁ ଏବେ ଆକାଂଉଟ୍ ଖୋଲିବା ପାଇଁ କେବଳ ଏକ ସ୍ମାର୍ଟଫୋନ୍‌ର ଆବଶ୍ୟକ ପଡିବ । ବ୍ୟାଙ୍କ ପକ୍ଷରୁ ଏହି ସୁବିଧାକୁ ଚଳିତବର୍ଷ ଶେଷ ସୁଦ୍ଧା ଏହାର ସମସ୍ତ ୫ଲକ୍ଷ ବ୍ୟାଙ୍କିଙ୍ଗ ପଏଂଟରେ ଉପଲବ୍ଧ କରାଯିବ ।
ଏହି ଶୁଭାରମ୍ଭ ଅବସରରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ‘ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କରେ ଆମେ ନୂତନ ଟେକ୍ନୋଲୋଜି ସହିତ ଆମର ଡିଜିଟାଲ ସେବାଗୁଡିକର ଶୃଙ୍ଖଳାକୁ ମଜଭୁତ କରିବା ଏବଂ ଆମର ଗ୍ରାହକଙ୍କୁ ଉପଭୋକ୍ତା-ଅନୁକୂଳ ଉନ୍ନତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସମାଧାନ ପାଇଁ ପହଂଚ ପ୍ରଦାନ କରିବାରେ ବିଶ୍ୱାସ ରଖିଥାଉ । ଏହି ସୁରକ୍ଷିତ ପ୍ରମାଣୀକରଣ ପ୍ରକ୍ରିୟାକୁ ୟୁଆଇଡିଏଆଇର ପ୍ରୟାସ ଦ୍ୱାରା ସମ୍ଭବ କରାଯାଇପାରିଛି ଯାହା ହେଉଛି ଦେଶରେ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍‌ର କାରକକୁ ଆଗକୁ ବଢାଇବା ଦିଗରେ ଏକ ବଡ ପଦକ୍ଷେପ ।’ ଅନୁବ୍ରତ ବିଶ୍ୱାସ ଆହୁରି ମଧ୍ୟ କହିଛନ୍ତି, ‘ଏହି କେୱାଇସି ସେବା ଏଆଇ/ଏମ୍‌ଏଲ୍ ଆଧାରିତ ଫେସ୍ ଅଥେଂଟିକେଶନ ଆର୍‌ଡି ଆପ୍ଲିକେଶନର ବ୍ୟବହାର କରୁଛି ଯାହା ଆଧାରରେ କ୍ୟାପ୍‌ଚର ହୋଇଥିବା ଫଟୋ ସହିତ ବ୍ୟକ୍ତିଙ୍କ ଫଟୋକୁ ଯାଂଚ କରି ଜାଲିଆତି କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ ସୁରକ୍ଷିତ କଷ୍ଟମର ଅନ୍‌ବୋର୍ଡିଂକୁ ଅନୁମତି ଦେଇଥାଏ ।’
ଭାରତର ମେଟ୍ରୋ ଓ ଟାୟାର ୧ ସହରଗୁଡିକ ବାହାରେ ରହୁଥିବା ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମାଇକ୍ରୋ ଏଟିଏମ୍ ଟ୍ରାଞ୍ଜାକ୍ସନ ବ୍ୟବସ୍ଥା କରିବା ପାଇଁ ନିକଟରେ ନ୍ୟାଶନାଲ ପେମେଂଟ୍‌ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର – ନ୍ୟାଶନାଲ ଫାଇନାନ୍ସିଆଲ ସ୍ୱିଚ୍ (ଏନ୍‌ଏଫ୍‌ଏସ୍‌) ସହିତ ଏକତ୍ରିତ ହେବା ପରେ ଏହା ହେଉଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଆଉ ଏକ ପଦକ୍ଷେପ ।

 


Share It

Comments are closed.