ଏୟାରଟେଲ୍ ପକ୍ଷରୁ ଏୟାରଟେଲ୍ ଏକ୍ସଟ୍ରିମ୍ ବଣ୍ଡଲ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଆଜି ଏୟାରଟେଲ୍ ଏକ୍ସଟ୍ରିମ୍ ବଣ୍ଡଲ୍‌ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍‌ର ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍‌ର ଶକ୍ତି ସହ ଅସୀମିତ ଡାଟା, ଏୟାରଟେଲ୍ ଏକ୍ସଟ୍ରିମ୍ ଆଣ୍ଡ୍ରଏଡ୍ ୪କେ ଟିଭି ବକ୍ସ ଏବଂ ସମସ୍ତ ଓଟିଟି କନ୍‌ଟେଂଟ୍ ହାସଲ କରିବାର ସୁବିଧା ରହିଛି । ଏହା ଜରିଆରେ କଂପାନି ମନୋରଂଜନରେ ବଡ଼ ଧରଣର ପରିବର୍ତନ ଆଣିିଛି ।
ସମସ୍ତ ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍ ପ୍ଲାନ୍‌ରେ ଏବେ ସାମିଲ ହୋଇଛି ୩୯୯୯ ଟଙ୍କା ମୂଲ୍ୟର ଏୟାରଟେଲ୍ ଏକ୍ସଟ୍ରିମ୍ ବକ୍ସ ଏହା ଯେକୌଣସି ସାଧାରଣ ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିବ । ଏଥିରେ ଗ୍ରାହକମାନେ ସମସ୍ତ ଲାଇଭ୍ ଟିଭି ଚ୍ୟାନେଲ୍ ସହ ଭିଡିଓ ଷ୍ଟ୍ରିମିଂ ଆପ୍‌ଗୁଡ଼ିକୁ ପାଇପାରିବେ । ତେଣୁ ଘରେ ଆଉ ଏକାଧିକ ଉପକରଣ ରଖିବାକୁ ପଡ଼ିବ । ଏହି ସ୍ମାର୍ଟ ବକ୍ସରେ ଆଣ୍ଡ୍ରଏଡ୍ ୯.୦ର ଶକ୍ତି ରହିଛି । ଗୁଗୁଲ୍ ଭଏସ୍ ଆସିଷ୍ଟାଂଟ୍ ଓ ଅନଲାଇନ୍ ଗେମିଂ ସୁବିଧା ମଧ୍ୟ ରହିଛି । ଏୟାରଟେଲ୍ ଏକ୍ସଟ୍ରିମ୍ ଆଣ୍ଡ୍ରଏଡ୍ ୪କେ ଟିଭି ବକ୍ସ ୫୦୦ ଟିଭି ଚ୍ୟାନେଲ୍ ଓ ଓଟିଟି କନ୍‌ଟେଂଟ୍ ପ୍ରଦାନ କରୁଛି ଯେଉଁଥିରେ ରହିଛି ୧୦,୦୦୦ରୁ ଅଧିକ ସିନେମା ଓ ସୋ’ । ଗୋଟିଏ ବକ୍ସରେ ଗ୍ରାହକମାନେ ୭ ଓଟିଟି ଆପ୍ ଓ ୫ ଷ୍ଟୁଡିଓ ପାଇପାରିବେ । ଗ୍ରାହକମାନେ ବିନା ମୂଲ୍ୟରେ ଡିଜନି+ ହଟ୍‌ଷ୍ଟାର୍‌, ଆମାଜନ୍ ପ୍ରାଇମ୍ ଭିଡିଓ, ଜି୫କୁ ଦେଖିପାରିବେ । ଅସୀମିତ ଡାଟା ସୁବିଧା ରହିଥିବାରୁ ଗ୍ରାହକମାନେ ଦୀର୍ଘ ସମୟରେ ମନୋରଂଜନ ସେବା ହାସଲ କରିପାରିବେ । ଦେଶର ଘରେ ଘରେ ବ୍ରଡ୍‌ବ୍ୟାଣ୍ଡ୍ ପହଂଚାଇବା ଲକ୍ଷ୍ୟ ନେଇ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ଫାଇବର୍ ପ୍ଲାନ୍‌ର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇଛି । କଂପାନି ୪୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ଏବଂ ୩୯୯୯ ଟଙ୍କାର ପ୍ଲାନ୍ ଜାରି କରିଛି ।
ଏ ସମ୍ପର୍କରେ ସୁନୀଲ ତାଲଦାର, ନିର୍ଦେଶକ-ହୋମସ୍‌, ଭାରତୀ ଏୟାରଟେଲ୍ କହିଛନ୍ତି ଯେ, “ଶିକ୍ଷା, କାମ କିମ୍ବା ମନୋରଂଜନ ପାଇଁ ହେଉ ନା କାହିଁକି ଲୋକମାନେ ଏବେ ଅନଲାଇନ୍‌ରେ ଅଧିକ ସମୟ ବିତାଉଛନ୍ତି । ମନୋରଂଜନ ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆମେ ଅନେକ ସୁଯୋଗ ଦେଖିପାରୁଛୁ । ଏୟାରଟେଲ୍ ଏକ୍ସଟ୍ରିମ୍ ହେଉଛି ଭାରତର ପ୍ରିମିୟର ମନୋରଂଜନ ପ୍ଲାଟଫର୍ମ ଯାହା ଶ୍ରେଷ୍ଠ ମନୋରଂଜନ ସହିତ ଅସୀମିତ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଭଳି ଏକକ ସମାଧାନ ପ୍ରଦାନ କରୁଛି । ଏହାର ଗ୍ରହଣୀୟତାକୁ ବଢ଼ାଇବା ଲାଗି ଆମେ ଆଜି ଆମ ପ୍ଲାନ୍‌ଗୁଡ଼ିକୁ ଗ୍ରାହକଙ୍କ ପାଇଁ ଆହୁରି ସୁଲଭ କରିଛୁ ।’’
ଏୟାରଟେଲ୍ ଏକ୍ସଟ୍ରିମ୍ ବଣ୍ଡଲ୍ ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୭ରୁ ଉପଲବ୍ଧ ହେବ । ଏୟାରଟେଲ୍ ହେଊଛି ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ବ୍ରଡ୍‌ବ୍ୟାଣ୍ଡ୍ ସଂସ୍ଥା ଯାହା ପାଖରେ ୨.୫ ନିୟୁତ ଗ୍ରାହକ ରହିଛନ୍ତି ।


Share It

Comments are closed.