ରିୟାଙ୍କୁ ଆଜି ପୁଣି ଜେରା କରିବ ଏନସିବି, ଆଜି ହୋଇପାରନ୍ତି ଗିରଫ


ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନିସିବି ଫୁଲ୍‌ ଆକ୍ସନରେ ଅଛି।  ଡ୍ରଗ୍ସ କନେକ୍ସନରେ ଶୋଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେବା ପରେ ଏବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଛି। ରବିବାର ଦିନ ଏନସିବି ରିୟାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ, ରିୟା ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସ୍ୱିକାର କରିଥିଲେ। ଆଜି ପୁଣି ରିୟାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସୁଶାନ୍ତ ମାମଲାରେ ମଧ୍ୟ ସିବିଆଇ ତଦନ୍ତ ଚାଲିଛି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ, ଇଡି ଓ ଏନସିବି ଯାଞ୍ଚ କରୁଛନ୍ତି। ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ରବିବାର ଜେରା କରିଥିଲା। ରିୟାଙ୍କୁ ଛଅ ଘଣ୍ଟାର ଜେରା ବେଳେ ଏନସିବି ଅନେକ ପ୍ରଶ୍ନ ପଚାରିଛି। କିନ୍ତୁ ଏନସିବି ଆଜି ରିୟାଙ୍କୁ ଗିରଫ କରିନାହିଁ।

ଏନସିବିର ଜେରାରେ ରିୟା ସୁଶାନ୍ତଙ୍କ କେସ୍‌ରେ ବଡ ଖୁଲାସା କରିଛନ୍ତି। ରିୟା କହିଛନ୍ତି ସେ ସୁଶାନ୍ତଙ୍କ ପାଇଁ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀ ଜରିଆରେ ଡ୍ରଗ୍ସ ମଗାଉଥିଲେ। ଡ୍ରଗ ମାଫିଆ ବାସିତ ତାଙ୍କ ଘରକୁ ଆସୁଥିଲା ଏବଂ ସୌଭିକ ସୁଶାନ୍ତଙ୍କ ପାଇଁ ବାସିତଠୁ ଡ୍ରଗ୍ସ କିଣୁଥିଲା। ସୂତ୍ର ଅନୁଯାୟୀ ରିୟାଙ୍କୁ ଏନସିବି ଆଜି ପ୍ରାୟ ୬ ଘଣ୍ଟା ଧରି ଜେରା କରିଛି।

ରିୟା ଚକ୍ରବର୍ତ୍ତୀ ରବିବାର ମଧ୍ୟାହ୍ନ ୧୨ଟାରେ ପୋଲିସ କର୍ମଚାରୀଙ୍କ ସହିତ ବଲ୍ଲାଇ ଏଷ୍ଟେଟ୍ ସ୍ଥିତ ଏନସିବି ଦପ୍ତରରେ ପହଞ୍ଚିଥିଲେ। ଏହା ପୂର୍ବରୁ ଏଜେନ୍ସିର ଏକ ଦଳ ରବିବାର ସକାଳେ ରିୟାଙ୍କ ଘରେ ପହଞ୍ଚି ଜେରାରେ ସାମିଲ ହେବାକୁ ସମନ ଜାରି କରିଥିଲା। ଏନସିବିର ଜେରାରେ ରିୟା ଅନେକ କଥା ସ୍ଵୀକାର କରିଛନ୍ତି। ସେ ମାନିଛନ୍ତି ଯେ, ମାର୍ଚ୍ଚ ୧୭ରେ ସାମୁଏଲ ମିରାଣ୍ଡା ଡ୍ରଗ୍ସ ନେବା ପାଇଁ ଜୈଦ ପାଖକୁ ଯାଇଥିଲା। ଜେରା ବେଳେ ରିୟା ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ, ମିରାଣ୍ଡା ଓ ସୌଭିକ ଡ୍ରଗ୍ସ ମାଫିଆଠୁ ଡ୍ରଗ୍ସ ନେବା ପାଇଁ ଉତ୍ତମ ସମନ୍ଵୟ ରଖିଥିଲେ।

ଏନସିବିର ଜେରାରେ ରିୟା ସ୍ଵୀକାର କରିଛି ଯେ ତାଙ୍କୁ ଜଣା ଥିଲା ଯେ ଭାଇ ସୌଭିକ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ବାସିତଠୁ ଡ୍ରଗ୍ସ କିଣୁଥିଲା। ଏପରିକି ବାସିତ ରିୟାଙ୍କ ଘରକୁ ମଧ୍ୟ ଯାଉଥିଲା। ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଅନେକ ଡ୍ରଗ ମାଫିଆଙ୍କ ନାମ ସାମ୍ନାକୁ ଆସିଛି। ଏହାକୁ ନେଇ ଏନସିବି ଖୋଳତାଡ ଜୋରଦାର କରିଛି। ଏହା ସହିତ ଅନେକ ଇଲାକାରେ ମଧ୍ୟ ଚଢାଉ କରିଛି। ଏନସିବି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ରିୟା ଚକ୍ରବର୍ତ୍ତୀଙ୍କ ଘର ସମେତ ଅନେକ ଡ୍ରଗ ମାଫିଆଙ୍କ ଘର ଉପରେ ଚଢାଉ କରିଛି। ଏନସିବି ରିୟାଙ୍କ ଭାଇ ସୌଭିକ ସମେତ ୭ ଜଣଙ୍କୁ ଗିରଫ କରିଛି। ଏଥିରେ ସାମୁଏଲ ମିରାଣ୍ଡା, କରଣ, କୈଜାନ, ଦୀପେଶ ସାଓ୍ଵନ୍ତ ଓ ଜୈଦ ସାମିଲ। ଆଶଙ୍କା କରାଯାଉଛି ଯେ ଖୁବ୍‌ ଶୀଘ୍ର ରିୟାଙ୍କ ଗିରଫଦାରୀ ହୋଇପାରେ।


Share It

Comments are closed.