ଘର ପାଇଁ ଭାରତର ପ୍ରଥମ ଅଲ-ଇନ-ୱାନ ସଲ୍ୟୁସନ ଏୟାରଟେଲ ବ୍ଲାକର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଘର ପାଇଁ ଭାରତର ପ୍ରଥମ ଅଲ-ଇନ-ୱାନ ସଲ୍ୟୁସନ ଏୟାରଟେଲ ବ୍ଲାକର ଶୁଭାରମ୍ଭର ଘୋଷଣା କରାଯାଇଛି । ମାସରେ ଅଲଗା ଅଲଗା ବିଲ ତାରିଖ, ଭୁଲିଯାଇଥିବା ରିଚାର୍ଜ ଯୋଗୁଁ ସେବା ବନ୍ଦ ହୋଇଯିବା ଏବଂ ଏକାଧିକ ସ୍ଥାନୀୟ ସେବା ପ୍ରଦାନକାରୀଙ୍କ ଠାରୁ ସେବା ପରିଚାଳନାରେ ଦେଖାଯାଉଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଏୟାରଟେଲର ଏହି ନୂତନ ସମାଧାନର ଶୁଭାରମ୍ଭ କରାଯାଇଛି । ଏୟାରଟେଲ ବ୍ଲାକ ସର୍ଭିସ ପାଇଁ ଜଣେ ଗ୍ରାହକ ଦୁଇଟି କିମ୍ବା ଅଧିକ ଏୟାରଟେଲ ସର୍ଭିସକୁ(ଫାଇବର, ଡିଟିଏଚ, ମୋବାଇଲ) ଏକତ୍ର କରିପାରିବେ । ଯେଉଁଥିରେ ଗ୍ରାହକମାନେ ଗୋଟିଏ ସିଙ୍ଗଲ ବିଲ, ରିଲେସନସିପ ମ୍ୟାନେଜରଙ୍କର ଏକ ଉତ୍ସର୍ଗୀକୃତ ଟିମ ସହିତ ଗୋଟିଏ କଷ୍ଟମର କେୟାର ନମ୍ବର ଏବଂ ତ୍ରୁଟି ଓ ସମସ୍ୟାଗୁଡ଼ିକର ପ୍ରାଥମିକ ସମାଧାନ ପାଇଥାନ୍ତି । ଏହି ସବୁକିଛି ଜିରୋ-ସ୍ୱିଚିଙ୍ଗ ଏବଂ ଇନଷ୍ଟଲେସନ ମୂଲ୍ୟ ସହିତ ସାରା ଜୀବନ ପାଇଁ ମାଗଣା ଭିଜିଟ ସହିତ ଆସିଥାଏ ।
ଏହା ସହିତ ଗ୍ରାହକମାନେ ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଜଣେ କେୟାର ପ୍ରତିନିଧିଙ୍କ ସହ ଯୋଡ଼ି ହୋଇପାରିବେ । ଏୟାରଟେଲର ଏକ୍ସପର୍ଟ ଟିମ ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଭାବେ ସମାଧାନ କରନ୍ତି । ଏଥିରେ ଡିଟିଏଚ ଏକ ବିଲ ହୋଇଥିବା ସେବା ଭାବେ ପ୍ରଦାନ କରଯାଉଥିବାରୁ ଗ୍ରାହକଙ୍କୁ କେବଳ ମାସକୁ ସେମାନଙ୍କର ଗୋଟିଏ ବିଲର ଦେୟ ଦେବାକୁ ପଡ଼ିଥାଏ । ଏୟାରଟେଲ ବ୍ଲାକ ଏକ ସରଳ ଫିଚର ପ୍ରଦାନ କରିଥାଏ, ଯେଉଁଠି ଗ୍ରାହକଙ୍କ ପାଖରେ ପତ୍ୟେକ ସର୍ଭିସ ପାଇଁ ସେମାନଙ୍କ ସୁବିଧା ଅନୁଯାୟୀ ପ୍ଲାନ ଚୟନ କରିବାର ଏବଂ ପରେ ବିଲିଙ୍ଗ ପାଇଁ ସେଗୁଡ଼ିକୁ ଏକତ୍ର କରିବାର ସମ୍ପୂର୍ଣ୍ଣ ବିକଳ୍ପ ରହିଛି । ଏହି ସେବା ପାଇବା ପାଇଁ ଏୟାରଟେଲ ଥ୍ୟାଙ୍କସ ଆପ ଡାଉନଲୋଡ଼ କରନ୍ତୁ କିମ୍ବା ଆପଣଙ୍କ ବିଦ୍ୟମାନ ପ୍ଲାନଗୁଡ଼ିକୁ ଏକତ୍ର କରି ଆପଣଙ୍କ ନିଜସ୍ୱ ପ୍ଳାନ ମଧ୍ୟ କରିପାରିବେ କିମ୍ବା ନୀକଟସ୍ଥ ଏୟାରଟେଲ ଷ୍ଟୋରକୁ ଯାଇପାରିବେ । ନଚେତ ଏୟାରଟେଲ ବ୍ଲାକକୁ ଅପଗ୍ରେଡ ହେବା ଲାଗି ୮୮୨୬୬୫୫୫୫୫ରେ ମିସଡ କଲ ଦେଇପାରିବେ ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲର ମାର୍କେଟିଙ୍ଗ ଏବଂ କମ୍ୟୁନିକେସନ ନିର୍ଦ୍ଦେଶକ ଶାସ୍ୱତ ଶର୍ମା କହିଛନ୍ତି ଯେ, “ଏୟାରଟେଲରେ ଗ୍ରାହକଙ୍କ ସମସ୍ୟାର ସମାଧାନ ଦିଗରେ ଏୟାରଟେଲ ବ୍ଲାକ ହେଉଛି ଆମର ଅନ୍ୟ ଏକ ପଦକ୍ଷେପ । ଏକ ଇଂଟିଗ୍ରେଟେଡ ଅପରେଟର ଭାବେ ସମସ୍ତ ଘରୋଇ ସେବା ଯଥା ଫାଇବର, ଡିଟିଏଚ ଏବଂ ମୋବାଇଲ ଉପରେ ଗ୍ରାହକଙ୍କୁ ଏକ ଅଦ୍ଭୂତପୂର୍ବ ଅନୁଭୂତି ଯୋଗାଇଦେବା ଲାଗି ଆମେ ପ୍ରସ୍ତୁତ ।”


Share It

Comments are closed.