ଭାରତର ଉଦ୍ୟୋଗ କନେକ୍ଟିଭିଟି ସେଗମେଂଟରେ ଏୟାରଟେଲ ଆଇଓଟି ବଜାର ଅଗ୍ରଣୀ


ଭୁବନେଶ୍ୱର: ଫ୍ରଷ୍ଟ ଆଣ୍ଡ ସୁଲିଭାନ ଅନୁଯାୟୀ ଏୟାରଟେଲ ଭାରତର ଦ୍ରୁତ ବିକଶିତ ଉଦ୍ୟୋଗ ଆଇଓଟି କ୍ଷେତ୍ରରେ ଏକ ପ୍ରମୁଖ ବଜାର ନେତୃତ୍ୱରେ ପରିଣତ ହୋଇଛି । “ଇଂଟରନେଟ ଅଫ ଥିଙ୍ଗସ୍‌(ଆଇଓଟି) ଟେକ୍ନୋଲୋଜି ଉଦ୍ୟୋଗଗୁଡ଼ିକୁ ବୁଦ୍ଧିମାନ ଓ ତଥ୍ୟ ଚାଳିତ ହେବାରେ ସକ୍ଷମ କରୁଛି । ପ୍ରମୁଖ ସହଭାଗିତା, ଅଭିନବ ଆଇଓଟି ପ୍ଲାଟଫର୍ମ ଏବଂ ପରାମର୍ଶଦାତା ଆଭିମୁଖ୍ୟ ସହିତ ଆଇଓଟି ପ୍ରଦାନକାରୀମାନେ ଉଦ୍ୟୋଗଗୁଡ଼ିକୁ ଆଇଓଟି ସମାଧାନକୁ ଗ୍ରହଣ କରିବାରେ ସାହାଯ୍ୟ କରୁଛନ୍ତି । ଭାରତୀୟ ଆଇଓଟି ବଜାର ସିୱାଇ ୨୦୨୦ ରୁ ୨୦୨୩ କୁ ସିଏଜିଆରରେ ୮.୮%ର ବୃଦ୍ଧି କରିବ ବୋଲି ଆଶା କରଯାଉଛି । ଫ୍ରଷ୍ଟ ଏବଂ ସୁଲିଭାନ ର ସଦ୍ୟତମ ମୋବାଇଲ ସର୍ଭିସ ରିପୋର୍ଟ ଚତୁର୍ଥ ତ୍ରୟୋମାସିକ ଆର୍ଥିକବର୍ଷ ୨୦୨୦-୨୧(ଜାନୁଆରୀ ୨୦୨୧-ମାର୍ଚ୍ଚ ୨୦୨୧) ଅନୁଯାୟୀ ଏୟାରଟେଲ ସେଲ୍ୟୁଲାର ଆଇଓଟି କ୍ଷେତ୍ରରେ ଏକ ବଜାର ଅଗ୍ରଣୀ ଅଟେ, ଯାହା ୪୫.୫%ର ଏକ ବଜାର ଅଂଶ ଧାରଣ କରିଛି ।”, ବୋଲି ଅଭିନବ କୁମାର, ପରାମର୍ଶଦାତା, ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜି(ଆଇସିଟି) ପ୍ରାକ୍ଟିସ, ଫ୍ରଷ୍ଟ ଆଣ୍ଡ ସୁଲିଭାନ କହିଛନ୍ତି ।
ଏୟାରଟେଲ ଆଇଓଟି ହେଉଛି ଏକ ଏଣ୍ଡ-ଟୁ-ଏଣ୍ଡ ପ୍ଲାଟଫର୍ମ ଯାହାକି ଲକ୍ଷ ଲକ୍ଷ ଡିଭାଇସ ଓ ଆପ୍ଲିକେସନଗୁଡ଼ିକୁ ଏକ ଅଧିକ ସୁରକ୍ଷିତ ଓ ବାଧାହୀନ ଉପାୟରେ ସଂଯୋଗ ଓ ପରିଚାଳନା କରିବାର କ୍ଷମତା ରଖୁଛି । ଏହାର କୋର ଶକ୍ତିଶାଳୀ ୫ଜି ପ୍ରସ୍ତୁତ ହୋଇଥିବାରୁ ଏହା ଏୟାରଟେଲ ଇ-ସିମ ଟେକ୍ନୋଲୋଜିର ବ୍ୟବହାର କରି ଏନବି-ଆଇଓଟି, ୪ଜି କିମ୍ବା ୨ଜି କନେକ୍ଟିଭିଟି ନିୟୋଜନର ବିକଳ୍ପ ସହିତ ଆସୁଛି । ଏଥିରେ ଏପିଆଇର ଏକ ନମନୀୟ ସେଟ ମଧ୍ୟ ରହିଛି ଯାହାକି ଏୟାରଟେଲର ଟେଲକୋ ଗ୍ରେଡର ଟେକ୍ନୋଲୋଜି ଗ୍ୟାରେଂଟି ସହିତ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ବିଦ୍ୟମାନ ୱର୍କଫ୍ଲୋ ଉପକରଣ ମାଧ୍ୟମରେ ତଥ୍ୟ ସଂଯୋଗ, ସଂଗ୍ରହ ଏବଂ ବିଶ୍ଲେଷଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଅନୁମତି ଦେଇଥାଏ ।
ଏକ ବିବୃତିରେ ମେଘାଳୟ ପାୱାର ଡିଷ୍ଟ୍ରିବ୍ୟୁସନ କର୍ପୋରେସନ କହିଛି ଯେ, “ଡିଜିଟାଲ ରୂପାନ୍ତରଣ ଆମ ପାଇଁ ଏକ ପ୍ରମୁଖ ଧ୍ୟାନ ଦେବା କ୍ଷେତ୍ର ଏବଂ ଏହି ଯାତ୍ରାରେ ରାଜ୍ୟରେ ସ୍ମାର୍ଟ ମିଟରିଙ୍ଗ ଭିତିଭୂମିର ନିୟୋଜନ ଏକ ପ୍ରମୁଖ ସଫଳତା । ଆଇଓଟି ଏବଂ ସ୍ମାର୍ଟ ଉପଯୋଗୀତା କ୍ଷେତ୍ରରେ ଆମକୁ ଦୃଢ଼ ସାମର୍ଥ୍ୟ ଓ ଗଭୀର ଦକ୍ଷତା ଥିବା ଏକ ସହଯୋଗୀ ଆବଶ୍ୟକ ଥିଲା ଏବଂ ଏୟାରଟେଲ ଆମର ସେହି ସମସ୍ତ ଆବଶ୍ୟକତାକୁ ପୁରା କରିଛି । ଏହି ସହବନ୍ଧିତା ଦ୍ୱାରା ରାଜ୍ୟର ସମସ୍ତ ଘରଗୁଡ଼ିକରେ ୨୦୦,୦୦୦ ସ୍ମାର୍ଟ ମିଟର ଏୟାରଟେଲର ୫ଜି ପ୍ରସ୍ତୁତ ଆଇଓଟି ସିମ ସହିତ ସୁସଜ୍ଜିତ ହେବ ଯାହାକି ରିୟଲ ଟାଇମ ମଧ୍ୟରେ ଗ୍ରାହକଙ୍କ ଶକ୍ତିର ବ୍ୟବହାରକୁ ରିମୋଟଲି ପଠାଇଥାଏ, ଖର୍ଚ୍ଚ ହ୍ରାସ କରିଥାଏ ଏବଂ ଯୋଗାଣ ଓ ଚାହିଦାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।”
ଏହା ସମ୍ପର୍କରେ ଏୟାରଟେଲ ବିଜନେସର ସିଇଓ ତଥା ଡାଇରେକ୍ଟର ଶ୍ରୀ ଅଜୟ ଚିତକାରା କହିଛନ୍ତି ଯେ, “ ଏୟାରଟେଲ ଆଇଓଟିକୁ ବିକଶିତ ଉଦ୍ୟୋଗଗୁଡ଼ିକର ଆଇଓଟି ଯାତ୍ରାକୁ ସରଳ କରିବାର ଉଦ୍ଦେଶ୍ୟ ସହିତ ନିର୍ମାଣ କରାଯାଇଛି । ଆମେ ଟେକ୍ନୋଲୋଜିକୁ ସକ୍ଷମ କରି ଆମ ପ୍ଲାଟଫର୍ମରେ ନିବେଶ କରିବା ଜାରି ରଖିଛୁ ଯାହାକି ୫ଜି ନେଟଓର୍କ ସମେତ ଇଂଟରନେଟ ଅଫ ଥିଙ୍ଗସ୍‌ର କାର୍ଯ୍ୟକାରିତାର କେନ୍ଦ୍ର ଅଟନ୍ତି । ଫ୍ରଷ୍ଟ ଏବଂ ସୁଲିଭାନର ଅନୁସନ୍ଧାନ ଆଇଓଟି ବର୍ଗରେ ଉଦ୍ଭାବନ ଉପରେ ଆମର ନିରନ୍ତର ଧ୍ୟାନକୈନ୍ଦ୍ରିକତାର ଆଉ ଏକ ସମର୍ଥନ ଅଟେ ।”


Share It

Comments are closed.