ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ଭୁବନେଶ୍ୱର ପାତ୍ରପଡ଼ା ଠାରେ ନୂଆ ଆଉଟ୍‌ଲେଟ୍ ଉଦ୍‌ଘାଟିତ


ଭୁବନେଶ୍ୱର: ଫର୍ଣ୍ଣିଚର୍ ଗୋଡାଉନ୍ ପକ୍ଷରୁ ଭୁବନେଶ୍ୱରର ପାତ୍ରପଡ଼ା ଠାରେ ଏହାର ତୃତୀୟ ଆଉଟ୍‌ଲେଟ୍‌କୁ ଉଦଘାଟନ କରାଯାଇଛି । ଏହି ଆଉଟ୍‌ଲେଟ୍‌କୁ ୧୨,୫୦୦ ବର୍ଗଫୁଟରେ ତିଆରି କରାଯାଇଛି । ଏହାର ଉଦଘାଟନୀ ଅବସରରେ ଫର୍ଣ୍ଣିଚର୍ ଗୋଡାଉନ୍‌ର ଏମ୍‌ଡି ଶଶାଙ୍କ ଶେଖର ଆଚାର୍ଯ୍ୟ, ସଙ୍ଗୀତା ଆଚାର୍ଯ୍ୟ, ସ୍ନିଗ୍ଧା ପରିଡ଼ାଙ୍କ ସମେତ ପିଏନ୍‌ବିର ଡିଜିଏମ୍‌-ଜୋନାଲ୍ ଅଫିସ ଆଦିତ୍ୟ କୁମାର ପାଢ଼ୀ ଓ ଏଜିଏମ୍‌-ଏମ୍‌ସିସି ରାଜେଶ ଖଟୁଆ ଉପସ୍ଥିତ ଥିଲେ ।
ଫର୍ଣ୍ଣିଚର୍ ଗୋଡାଉନ୍‌ରେ ବିଭିନ୍ନ ପ୍ରତିଷ୍ଠିତ କଂପାନିର ବ୍ୟାପକ ପ୍ରକାରର ଆସବାବପତ୍ର ରହିଛି । ଏହି ସଂସ୍ଥା ଅଧୀନରେ ୫୨,୦୦୦ ବର୍ଗଫୁଟର ସୋ’ରୁମ୍ ସ୍ଥାନ ରହିଛି ଓ ସେହି ସୋ’ରୁମ୍‌ଗୁଡ଼ିକରେ ପାରମ୍ପରିକ ଠାରୁ ଆରମ୍ଭ କରି ସମସାମୟିକ ପର୍ଯ୍ୟନ୍ତ ସବୁ ପ୍ରକାର ଡିଜାଇନ୍‌ର ଆସବାବପତ୍ର ଉପଲବ୍ଧ ରହିଛି । ସବୁ ଉତ୍ପାଦଗୁଡ଼ିକୁ ଷ୍ଟେଟ୍ ଅଫ୍ ଆର୍ଟ କାରଖାନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଉଚ୍ଚ ମାନର ପ୍ରେସିସନ ମେସିନରେ ତିଆରି କରାଯାଇଛି ।
ଫର୍ଣ୍ଣିଚର୍ ଗୋଡାଉନ୍‌ର ଏକ ବଳିଷ୍ଠ ଟିମ୍ ରହିଛି ଯାହାର ନେତୃତ୍ୱ ନେଉଛନ୍ତି ରାକେଶ ମହାପାତ୍ର । ସେଥିରେ ବିଶେଷଜ୍ଞ ଓ ପେସାଦାରମାନେ ରହିଛନ୍ତି । କଂପାନିର ଟିମ୍ ପାଖରେ ହୋମ ଫର୍ଣ୍ଣିଚର, ଅଫିସ ଫର୍ଣ୍ଣିଚର, ମଡ୍ୟୁଲାର, ଇଟେଂରିୟର, ଫର୍ଣ୍ଣିସିଂ ଆଦି କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି । ଓଡ଼ିଶାରେ ଥିବା କାରଖାନାରେ ଫର୍ଣ୍ଣିଚରଗୁଡ଼ିକୁ ତିଆରି କରାଯାଉଛି । ଏଠାରେ ଗ୍ରାହକମାନଙ୍କୁ ଫର୍ଣ୍ଣିଚରର ସବୁ ପ୍ରକାର ସମାଧାନ ଯୋଗାଇ ଦିଆଯାଉଛି ।
ଗ୍ରାହକମାନଙ୍କ ଆବଶ୍ୟକତାକୁ ବୁଝିବା ଏବଂ ସେମାନଙ୍କୁ ଉତ୍ପାଦ ବିଷୟରେ ସଦ୍ୟତମ ଜ୍ଞାନ ପ୍ରଦାନ କରିବା ଲାଗି ବିକ୍ରିରେ ନିୟୋଜିତ ଷ୍ଟାଫ୍‌ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉତ୍ପାଦ ଓ ସେବାକୁ ଗୁରୁତ୍ୱ ଦେଇଥିବାରୁ ଓ ଗଭୀର ବିଶ୍ୱାସ ପ୍ରକଟ କରିଥିବାରୁ ଏହି ଅବସରରେ ଫର୍ଣ୍ଣିଚର ଗୋଡାଉନ୍ ପକ୍ଷରୁ ଗ୍ରାହକମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


Share It

Comments are closed.