ଏଆଇସି-ନାଳନ୍ଦା ପକ୍ଷରୁ ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ ୨୦୨୫ ପାଳନ
ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ, ନିତି ଆୟୋଗ ଦ୍ୱାରା ସମର୍ôଥତ ନାଳନ୍ଦା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ (ୱାର୍ଲ୍ଡ ଇଂଟେଲେକ୍ଚୁଆଲ ପ୍ରପର୍ଟି ଡେ’) ଭୁବନେଶ୍ୱରର ଭିକେ-ଏଆଇସିୱାଇଏଏମଠାରେ ସଫଳତାର ସହ ଆଇପି ସ୍ପାର୍କସ କନ୍କ୍ଲେଭ ୨୦୨୫ର ଆୟୋଜନ କରାଯାଇଛି । ଚଳିତ ବର୍ଷର ସମ୍ମିଳନୀ ଆନ୍ତର୍ଜାତୀୟ ବିଷୟବସ୍ତୁ “ଆଇପି ଆଣ୍ଡ ମ୍ୟୁଜିକ: ଫିଲ୍ ଦ ବିଟ୍ ଅଫ୍ ଆଇପି’ ଉପରେ ପର୍ଯ୍ୟବେସିତ ରହିଥିବା ବେଳେ ଏହା ସୃଜନଶୀଳତା ଓ ସାଂସ୍କୃତିକ ଅଭିବ୍ୟକ୍ତିକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ବୌଦ୍ଧିକ ସମ୍ପତିର ଗୁରୁତ୍ୱପୂର୍ଣ୍ଣ ଭୁମିକାକୁ ହାଇଲାଇଟ କରିବା ପାଇଁ ପ୍ରଖ୍ୟାତ ସାଂସ୍କୃତିକ ବିଶେଷଜ୍ଞ, ଆଇପି ବିଶେଷଜ୍ଞ, ଷ୍ଟାର୍ଟଅପ ପ୍ରତିଷ୍ଠାତା, ଆଇନଜୀବୀ ଓ ଉଦ୍ଭାବକମାନଙ୍କୁ ଏକାଠି କରିଥିଲା । କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପାତ୍ର ବୌଦ୍ଧିକ ସମ୍ପତିର ସୁରକ୍ଷାର ମହତ୍ୱକୁ ଗ୍ରହଣ କରିବା ପାଇଁ ଉଦ୍ଭାବକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରି ଏକ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ପ୍ରସିଦ୍ଧ ଲୋକଗାୟକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଏବଂ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ସାମିଲ ଥିଲେ । ଏହାଛଡା କାର୍ଯ୍ୟକ୍ରମରେ ଲୋକପ୍ରିୟ ଓଡିଆ ସିନେ କଳାକାର ଓ ଓଏଫଡିସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ (କୁନା) ତ୍ରିପାଠୀ, ଓଡିଆ ଗାୟକ ଓ ସଂଗୀତକାର ଶ୍ରୀ ଅଭିଜିତ ମିଶ୍ର, ଭିକେ-ଏଆଇସିୱାଇଏଏମ ଓ ଭିଆରଏମଭିକେ, କନ୍ୟାକୁମାରୀ ଡଃ ସନ୍ତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପୁନେର ନ୍ୟାଶନାଲ କେମିକାଲ ଲାବୋରେଟୋରୀ ଡଃ ନିତିନ ଶୁକ୍ଳା, ଏନଆରଡିସିର ଡଃ ବିଜୟ କୁମାର ସାହୁଙ୍କ ଭଳି ଜାତୀୟସ୍ତରୀୟ ବିଶେଷଜ୍ଞଙ୍କ ନେତୃତ୍ୱରେ ବୈଷୟିକ ଅଧିବେଶନଗୁଡିକ ଦ୍ୱାରା ସମ୍ମିଳନୀର କାର୍ଯ୍ୟକ୍ରମ ଉନ୍ମୋଚିତ ହୋଇଥିଲା ଯିଏକି ଏକ “ବିକଶିତ ଭାରତ ୨୦୨୪୭” ଗଠନ କରିବାରେ ଆଇପିର ମୌଳିକ ତତ୍ୱ ଓ ଏହାର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ ।
“ଏମ୍ପାୱାରମେଂଟ ଅଫ୍ ଆର୍ଟିଷ୍ଟ ବାଏ ପ୍ରୋଟେକ୍ଟିଂ ଦେୟାର ଆଇପି” ପ୍ରସଙ୍ଗ ଉପରେ ଏକ ପ୍ୟାନେଲ ଆଲୋଚନା ସଙ୍ଗୀତ, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନଗୁଡିକର ସ୍ୱରକୁ ଏକତ୍ରିତ କରିଥିଲା ଓ ଏକ ସାର୍ଥକ ଆଲୋଚନାକୁ ପ୍ରୋତ୍ସାହିତ କରିଥିଲା । ଏହି ଅବସରରେ ଏଆଇସି-ନାଳନ୍ଦାର ସିଇଓ ଶ୍ରୀ ଦୂର୍ଗା ପ୍ରସାଦ ଗୌଡ କହିଥିଲେ, “ଆଇପି ଓ ଉଦ୍ଭାବନର ସଂସ୍କୃତିକୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକର ମିଳିତ ପ୍ରୟାସ ମାଧ୍ୟମରେ ସଠିକ ଦିଗରେ ବିକଶିତ ଓ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।” ଶ୍ରୀଯୁକ୍ତ ଗୌଡ ସାମୂହିକ ପ୍ରୟାସ ମାଧ୍ୟମରେ ଉଦ୍ଭାବନ ଇକୋସିଷ୍ଟମକୁ ମଜବୁତ କରିବାର ମହତ୍ୱକୁ ହାଇଲାଇଟ କରିଥିଲେ । ଏହି ସମ୍ମିଳନୀକୁ ଅଟଳ ସାରଥୀ ଅଭିଯାନ ଅଧିନରେ ଅଟଳ ଇନୋଭେଶନ ମିଶନ (ଏଆଇଏମ), ଅଟଳ ଟିଙ୍କରିଂ ଲ୍ୟାବ୍ସ (ଏଟିଏଲ), ନ୍ୟାଶନାଲ ରିସର୍ଚ୍ଚ ଡେଭ୍ଲପମେଂଟ କର୍ପୋରେଶନ (ଏନଆରଡିସି), ନ୍ୟାଶନାଲ କେମିକାଲ ଲାବୋରେଟୋରୀ (ଏନସିଏଲ) ପୁନେ ଏବଂ ଇନ୍କ୍ୟୁବେଶନ ଫୋରମ ଅଫ ନ୍ୟାଶନାଲ ଲ’ ୟୁନିଭର୍ସିଟି ଓଡିଶା ସହଯୋଗରେ ଆୟୋଜନ କରାଯାଇଥିଲା । ଆଇପି ସ୍ପାର୍କସ କନ୍କ୍ଲେଭ ୨୦୨୫ ଏକ ସମ୍ବର୍ନ୍ଧନା ଉତ୍ସବ ସହ ଉଦ୍ଯାପିତ ହୋଇଥିଲା ଯେଉଁଥିରେ କଳା, ସଂସ୍କୃତି ଓ ଉଦ୍ଭାବନ କ୍ଷେତ୍ର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେମାନଙ୍କର ବହୁମୂଲ୍ୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା ।
Comments are closed.