ଏନ୍‌ପିସିଆଇ ଭାରତ ବିଲ୍‌ପେ’ ପକ୍ଷରୁ ଭାରତ କନେକ୍ଟରେ ବିଲର୍ ଭାବେ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କକୁ ସାମିଲ

Share It

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ସହାୟକ କମ୍ପାନି ଏନ୍‌ପିସିଆଇ ଭାରତ ବିଲ୍‌ପେ’ (ଏନ୍‌ବିବିଏଲ୍‌) ପକ୍ଷରୁ ନ୍ୟାସନାଲ୍ ପେମେଂଟ୍ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ସହିତ ବ୍ୟାଙ୍କର ରୂପେ ଅନ୍‌-ଦି-ଗୋ କାର୍ଡରେ ରିଚାର୍ଜ ପାଇଁ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। ଭାରତ କନେକ୍ଟ ପ୍ଲାଟଫର୍ମରେ ସମନ୍ୱୟ ସହିତ ବ୍ୟବହାରକାରୀମାନେ ଯେକୌଣସି ଭାରତ କନେକ୍ଟ ସକ୍ଷମ ଆପ୍ ବ୍ୟବହାର କରି ସେମାନଙ୍କ କାର୍ଡକୁ ଟପ୍ ଅପ୍ କରିପାରିବେ।
ଏନ୍‌ସିଏମ୍‌ସି କାର୍ଯ୍ୟକ୍ରମ ଭାରତର ବିଭିନ୍ନ ସହରରେ ସାର୍ବଜନୀନ ପରିବହନ ସେବାକୁ ସରଳୀକରଣ କରିଛି। ଏହା ଯାତ୍ରୀମାନଙ୍କୁ ଗୋଟିଏ କାର୍ଡରେ ମେଟ୍ରୋ ଓ ବସ୍‌ରେ ନିରବଚ୍ଛିନ୍ନ, ଚିନ୍ତାମୁକ୍ତ ଓ ସ୍ପର୍ଶବିହୀନ ଅନୁଭୂତି ପ୍ରଦାନ କରୁଛି। ଏହି ସମନ୍ୱୟର ଲକ୍ଷ୍ୟ ହେଉଛି ପ୍ରତ୍ୟକ୍ଷ ରିଚାର୍ଜ ପଏଂଟ୍‌ରେ ଲମ୍ବା ଧାଡ଼ିରେ ଠିଆ ନ ହୋଇ ପ୍ରତିଦିନ ଯାତ୍ରା କରୁଥିବା ଲୋକଙ୍କୁ ସୁବିଧା ପ୍ରଦାନ କରିବା। ବ୍ୟବହାରକାରୀଙ୍କୁ ବିକଳ୍ପ ପ୍ରଦାନ କରି ନଗଦବିହୀନ କାରବାରର ପ୍ରସାର କରିବା।
ଗ୍ରାହକମାନେ ଭାରତ କନେକ୍ଟ ସକ୍ଷମ ଆପ୍‌ରେ ଏନ୍‌ସିଏମ୍‌ସି ରିଚାର୍ଜ ବିକଳ୍ପ ଓ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କକୁ ଚୟନ କରି ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ରୁପେ ଅନ୍‌-ଦି-ଗୋ କାର୍ଡକୁ ରିଚାର୍ଜ କରିପାରିବେ। ସେମାନେ ନିଜର ମୋବାଇଲ୍ ନମ୍ବର ଓ କାର୍ଡର ଶେଷ ଚାରିଟି ସଂଖ୍ୟା ଦେଇ ପ୍ଲାଟଫର୍ମରେ ରିଚାର୍ଜର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ଚୟନ କରିପାରିବେ। ମୋବାଇଲ୍ ନମ୍ବର ବ୍ୟବହାର କରିବା ସୁବିଧା ବଢ଼ାଏ ନାହିଁ, ବରଂ ସୁରକ୍ଷା ବିପଦ କମ୍ କରାଇଥାଏ।
ଭାରତ କନେକ୍ଟ ସୁବିଧା ଥିବା ପ୍ଲାଟଫର୍ମରେ ଏନ୍‌ସିଏମ୍‌ସି ସହିତ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ରୁପେ ଅନ୍‌-ଦି-ଗୋ କାର୍ଡରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ। ରିଚାର୍ଜ ସଫଳ ହେବା ପରେ ଗ୍ରାହକମାନେ ସେମାନଙ୍କ ବାଲାନ୍ସକୁ ଅପ୍‌ଡେଟ୍ କରିପାରିବେ। ପ୍ରମୁଖ ମେଟ୍ରୋ ବ୍ୟତୀତ ଗ୍ରାହକମାନେ ତାହାକୁ ରାଜ୍ୟ ବସ୍ ଅପରେଟରଙ୍କ ସହ ଯୋଗାଯୋଗ କରିପାରିବେ।
ଏନ୍‌ବିବିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, “ଭାରତ କନେକ୍ଟ ପ୍ଳାଟଫର୍ମରେ ଏନ୍‌ସିଏମ୍‌ସି ସହିତ ଏୟାରଟେଲ୍ ପେମେଟ୍ ବ୍ୟାଙ୍କର ରୂପେ ଅନ୍‌-ଦି-ଗୋ କାର୍ଡର ସମନ୍ୱୟ ବିଷୟରେ ଘୋଷଣା କରି ଆମେ ଉଲ୍‌ଲସିତ। କାର୍ଡଧାରୀମାନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି ଏବଂ ନିଜ ପସନ୍ଦର ଯେକୌଣସି ପେମେଂଟ୍ ଆପ୍‌କୁ ବ୍ୟବହାର କରି ନିଜର ଏନ୍‌ସିଏମ୍‌ସି ୱାଲେଟ୍‌କୁ ତତ୍କାଳ ଓ ସୁରକ୍ଷିତ ଭାବେ ଟପ୍ ଅପ୍ କରିପାରିବେ। ଡିଜିଟାଲ୍ ପେମେଂଟ୍ ସରଳୀକରଣ ଦିଗରେ ଏହା ଆଉ ଏକ ପଦକ୍ଷେପ ଯାହା ପଛରେ ଭାରତ କନେକ୍ଟ ପ୍ଲାଟଫର୍ମର ଭରସା, ସୁରକ୍ଷା ଓ ଦକ୍ଷତା ରହିଛି।”
ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କର ଚିଫ୍ ଅପରେଟିଂ ଅଫିସର ଶ୍ରୀ ଗଣେଶ ଅନନ୍ତନାରାୟଣନ କହିଛନ୍ତି ଯେ, “ନିରବଚ୍ଛିନ୍ନ ରିଚାର୍ଜ ସୁବିଧା ପ୍ରଦାନ କରିବା ଲାଗି ଏନ୍‌ପିସିଆଇ ଭାରତ ବିଲ୍‌ପେ’ ସହିତ ସହଯୋଗିତା ସ୍ଥାପନ କରି ଆମେ ଉଲ୍ଲସିତ ଯାହା ଗାହକଙ୍କୁ ଅତୁଳନୀୟ ସୁବିଧା ପ୍ରଦାନ କରିବ। ଏହି ସହଯୋଗିତା ବ୍ୟବହାରକାରୀମାନଙ୍କୁ ଯେକୌଣସି ଭାରତ କନେକ୍ଟ ସକ୍ଷମ ଆପ୍ ଜରିଆରେ ଏନ୍‌ସିଏମ୍‌ସି ସୁବିଧା ସହିତ ସେମାନଙ୍କ ଏୟାରଟେଲ୍ ପେମେଂଟ୍ ବ୍ୟାଙ୍କ ରୂପେ ଅନ-ଦି-ଗୋ କାର୍ଡକୁ ସୁବିଧାରେ ରିଚାର୍ଜ କରିପାରିବେ। ଏହି ସହଯୋଗିତା ଅଭିନବ, ବ୍ୟବହାରକାରୀ ମିତବ୍ୟୟୀ ପେମେଂଟ୍ ସମାଧାନ ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଥିବା ବେଳେ ଗମନାଗମନ ଅନୁଭୂତିରେ ଉନ୍ନତି ଆଣୁଛି ଓ ଡିଜିଟାଲ୍ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରୁଛି।”


Share It

Comments are closed.