କରୋନାର ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରିଟେନରେ ପୁଣି ଲାଗୁ ହେଲା ଲକଡାଉନ
ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍କୁ ନେଇ ବ୍ରିଟେନ୍ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ସାରା ଦେଶରେ ଆଜିଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆଜିଠାରୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ୍ରେ ଲକ୍ଡାଉନ୍ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି।
ବ୍ରିଟେନ୍ରେ ଲକ୍ଡାଉନ୍ ସମୟରେ ସାରା ଦେଶର ଲୋକଙ୍କ୍ୁ ଘରେ ରହିବାକୁ ପରାମର୍ଶ ଦେଛନ୍ତି। ଜନସାଧାରଣ କେବଳ ଜରୁରୀକାଳିନ ସ୍ଥିତିରେ ଘରୁ ବାହାରି ପାରିବେ। ଏହି ଲକ୍ଡାଉନ୍ ସମୟରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ଲାଇନ୍ ପାଠପଢ଼ା ଚାଲିବ। କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ପ୍ରକାଶ କରିଛନ୍ତି। କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି ଏଠାରେ କରୋନାର ସଂକ୍ରମଣର ନୂଆ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି । ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ କଟକଣା କଠୋର ହୋଇପାରେ। ଲଣ୍ଡନରେ କରୋ
Comments are closed.