ଶ୍ବାସ ରୋଗୀ ହୋଇଥିଲେ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ


ଶ୍ୱାସରୋଗ ଏକ ଅତି ସାଧାରଣ ସମସ୍ୟା ଅଟେ। ସାମାନ୍ୟ ଯତ୍ନବାନ ହେଲେ ଏହି ରୋଗକୁ ନିଶ୍ଚିତ ରୂପେ ଦୂରେଇଦେଇ ପାରିବେ । କିନ୍ତୁ ଆଜିକାଲିର ଲୋକମାନେ ନିଜର ଅସାବଧାନତା ହେତୁ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଆନ୍ତି। ତେବେ ଯଦି ଆପଣ ଶ୍ୱାସ ରୋଗୀ ହୋଇଥାନ୍ତି ତା’ହେଲେ ଏହି ସବୁ କାର୍ଯ୍ୟ ଆଦୌ କରନ୍ତୁ ନାହିଁ।

ଶ୍ୱାସ ରୋଗୀଙ୍କ ପାଇଁ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ମନା। ବିଶେଷ କରି କଦଳୀ। କଦଳୀ ତ ଦୂରର କଥା, ଡାକ୍ତରମାନେ ଶ୍ୱାସରୋଗୀମାନଙ୍କୁ କଦଳୀ ପତ୍ରରେ ଖାଇବାକୁ ବି ମନା କରିଥାନ୍ତି।

କେହି କେହି ବ୍ୟକ୍ତିଙ୍କର ଦିନକୁ ଦୁଇଥର ଗାଧୋଇବାର ଅଭ୍ୟାସ ରହିଥାଏ। ମାତ୍ର ମନେ ରଖନ୍ତୁ ଏ ଅଭ୍ୟାସ ଆପଣଙ୍କ ପାଇଁ ଉଚିତ ନୁହେଁ। ଆପଣ ଯେତେ ନିଜକୁ ଜଳ ପାଖରୁ ଦୂରେଇ ରଖିବେ ସେତେ ଭଲ।

ରାତି ସମୟରେ ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ଅର୍ଥାତ, ନିଜ ରୋଗକୁ ଦ୍ୱିଗୁଣ କରିବା ସହ ସମାନ। ଆପଣ କାକୁଡ଼ି, ଆଇସ୍‌କ୍ରିମ୍‌, କଦଳୀ ଆଦି ରାତି ସମୟରେ ଖାଆନ୍ତୁ ନାହିଁ।

ରୋଗକୁ ଆୟତ୍ତରେ ରଖିବା ପାଇଁ ଗୁଆ ଘିଅ ଓ ଅଣ୍ଡା ଖୁବ୍‌ ଭଲ ହୋଇଥାଏ। ସିଝା ଅଣ୍ଡା ଦୈନିକ ଗୋଟିଏ ଲେଖାଏ ଖାଆନ୍ତୁ। କଞ୍ଚା ଅଣ୍ଡା ଖାଇଲେ ଆହୁରି ଭଲ। ପ୍ରତିଦିନ ଭାତ ସହ ଘିଅ ମିଶାଇ ଖାଆନ୍ତୁ।


Share It

Comments are closed.