ଆଜି ମୁକୁଳି ପାରନ୍ତି ମେହବୁବା ମୁଫତୀ


ଜମ୍ମୁ କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀଙ୍କୁ ଆଜି ଜାମିନ ପ୍ରଦାନ କରାଯାଇପାରେ । ମେହବୁବା ଗତ ୮ ମାସ ଧରି ପିଏସଏ ଧାରା ଅନୁଯାୟୀ ଜେଲରେ ବନ୍ଦୀ ଥିଲେ । ମିଳିଥିବା ସୂଚନା ମୁତାବକ ମେହବୁବାଙ୍କ ଉପରୁ ପିଏସଏ ହଟାଇବାର ଆଦେଶ ଆଜି କେନ୍ଦ୍ର ଶାସିତ ଅଞ୍ଚଳର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସିପାରେ ।
ପ୍ରକାଶ ଥାଉକି, ୫ ଅଗଷ୍ଟ ୨୦୧୯ରେ ମେହବୁବାଙ୍କ ସମେତ ରାଜ୍ୟର ଅନ୍ୟ ଦୁଇ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ଉମର ଓବଦୁଲ୍ଲାଙ୍କୁ ଗିରଫ କରାଯାଇଥିଲା । ଏହି ନେତାମାନଙ୍କୁ ରାଜ୍ୟରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଗିରଫ କରାଯାଇଥିଲା । ଫାରୁକଙ୍କୁ ମଧ୍ୟ ଗତ ମାସରେ ଜାମିନ ପ୍ରଦାନ କରାଯାଇଥିବାବେଳେ ଉମରଙ୍କୁ ମଙ୍ଗଳବାର ଦିନ ଜାମିନ ପ୍ରଦାନ କରାଯାଇଥିଲା ।


Share It

Comments are closed.