ନୂଆ ବର୍ଷରୁ ଲାଗୁ ହୋଇପାରେ ନୂଆ ବ୍ୟବସ୍ଥା, ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କଲେ ଆରମ୍ଭରୁ ‘୦’ ଲଗାଇବାକୁ ପଡିବ


ଲ୍ୟାଣ୍ଡ୍‌ଫୋନ୍‌ରୁ ମୋବାଇଲ ଫୋନ୍‌କୁ କଲ୍‌ କଲେ ଜାନୁଆରୀରୁ ନମ୍ବର ପୂର୍ବରୁ ‘୦’ ଲଗାଇବାକୁ ପଡ଼ିପାରେ । ଏହି ନୂଆ ବ୍ୟବସ୍ଥାକୁ ଜାନୁଆରୀ ୧ରୁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛି ଟେଲିକମ୍‌ ବିଭାଗ(ଡଟ୍‌) । ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ ଟେଲିକମ୍‌ ବିଭାଗ ଡଟ୍‌ ଗ୍ରହଣ କରିଥିବା ଜଣାଯାଇଛି ।

ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରି କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ବିଭାଗ ଟେଲିକମ୍‌ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ଟେଲିକମ୍‌ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ନମ୍ବରିଂ ସ୍ପେସ୍‌ ତିଆରି ହୋଇପାରିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।


Share It

Comments are closed.