କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଡିଭିଲିୟର୍ସ


ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ କ୍ରିକେଟ୍ ର ସବୁ ଫର୍ମାଟରୁ ନେଇଛନ୍ତି ଅବସର । ତାଙ୍କ ରିଟାୟାରମେଣ୍ଟ ନେଇ ସେ ଘୋଷଣା କରିଛନ୍ତି । ଏବି ଡି ଭିଲିୟର୍ସ ବହୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ । ହେଲେ ଏବେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଯଥା ଆଇପିଏଲ୍ ଭଳି ଟୁର୍ନାମେଣ୍ଟରେ ଖେଳିବେ ନାହିଁ ।

ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍ ଆରସିବି ପାଇଁ ଏହା ଏକ ବଡ଼ କ୍ଷତି କହିଲେ ଚଳେ । ଦଳକୁ ବଡ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଏବି ଡି ଭିଲିୟର୍ସ ନିଜେ ଏହି ଟୁଇଟ୍ କରି କହିଛନ୍ତି । “ଏହା ଏକ ଅବିଶ୍ୱସନୀୟ ଯାତ୍ରା, କିନ୍ତୁ ମୁଁ ସମସ୍ତ କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଯେହେତୁ ମୁଁ ପଡ଼ିଆରେ ଖେଳିବା ଆରମ୍ଭ କରିଥିଲି, ମୋର ବଡ଼ ଭାଇମାନଙ୍କ ସହିତ ମୁଁ ପ୍ରତିଟି ମୂହୂର୍ତ୍ତକୁ ଉପଭୋଗ କରିଥିଲି । କେବଳ ସେତିକି ନୁହେଁ ଉତ୍ସାହର ସହିତ କ୍ରିକେଟ୍ ମଧ୍ୟ ଖେଳିଥିଲି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।


Share It

Comments are closed.