ଭାରତରେ ଲଞ୍ଚ ହେଲା ଡାଇବେଟିଜ ଓ ମୋଟାପଣ ନିୟନ୍ତ୍ରଣ ପାଇଁ ନୂତନ ଉପାୟ, ଏତିକି ଟଙ୍କା ରହିଛି ମୂଲ୍ୟ

Share It

ଅମେରିକୀୟ ଔଷଧ କମ୍ପାନୀ ଡାଇବିଟିଜ୍ ଓ ମୋଟାପଣ ନିୟନ୍ତ୍ରଣରେ ସହାୟକ ନିଜର ଔଷଧ (ଟିର୍‌ଜେପେଟାଇଡ୍) କୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ମୂଲ୍ୟ ୨.୫ ମିଲିଗ୍ରାମ୍ ର ପ୍ରତି ଶିଶି ପାଇଁ ୩୫୦୦ ଟଙ୍କା ଓ ୫ ମିଲିଗ୍ରାମ୍ ପ୍ରତି ଶିଶି ପାଇଁ ୪୩୭୫ ଟଙ୍କା। ଡାକ୍ତରଙ୍କ କୁହାଯାଇଥିବା ଦାମ ଅନୁସାରେ ରୋଗୀମାନେ ପ୍ରତି ମାସ ୧୪୦୦୦ ଟଙ୍କାରୁ ୧୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ସାଧାରଣତଃ ଏହି ଔଷଧ ସାପ୍ତାହିକ ଗୋଟିଏ ଥର ନିଆଯାଏ। ଏହାକୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନରୁ ମଞ୍ଜୂରୀ ମିଳିଛି।

କମ୍ପାନୀ କହିଛି, ଏହା ତାଙ୍କର ଏଭଳି ପ୍ରଥମ ଚିକିତ୍ସା ଯାହା ଅଧିକ ଓଜନ ଓ ଟାଇପ_୨ ଡାଇବେଟିଜରେ ନିୟନ୍ତ୍ରଣରେ ଜିଆଇପି (ଗ୍ଲୁକୋଜ-ନିର୍ଭର ଇନସୁଲିନୋଟ୍ରୋପିକ ପୋଲିପେପ୍ଟାଇଡ) ଓ ଜିଏଲପି-୧ (ଗ୍ଲୁକାଗନ-ଲାଇକ ପେପ୍ଟାଇଡ-୧) ହର୍ମୋନ ରିସେପ୍ଟର ଦୁଇଟିକୁ ସକ୍ରିୟ କରେ। ଭାରତୀୟ ବଜାରରେ ଏହି ଦ୍ରବ୍ୟ ଏମିତି ସମୟରେ ଲଞ୍ଚ କରାଯାଇଛି, ଯେବେ ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଟାପାର ପ୍ରତିରୋଧ ପାଇଁ ଜାଗୃକତା ବଡ଼ାଇବାରେ ଜୋର ଦେଇଛନ୍ତି। କମ୍ପାନୀ ଏଲି ଲିଲୀ ଇଣ୍ଡିଆଙ୍କର ଅଧ୍ୟକ୍ଷ ଓ ମହାପ୍ରବନ୍ଧକ ୱିନ୍ସଲୋ ଟକର କହିଛନ୍ତି ଯେ ଭାରତରେ ମୋଟାପଣ ଓ ଟାଇପ_୨ ଡାଇବେଟିଜର ବୋଝ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହେଉଛି।

ମୋଟାପଣ ବିଶ୍ୱ ସ୍ତରରେ ବଢିଥିବା ଗମ୍ଭୀର ସ୍ୱାସ୍ଥ୍ୟ ସ୍ଥିତିଗୁଡିକ ମଧ୍ୟରୁ ଅନ୍ୟତମ, ଯାହାକୁ ବିଭିନ୍ନ ପ୍ରକାରର ଇକ୍ରୋନିକ ରୋଗଗୁଡିକ ଘଟିଥିବା କାରଣ ଭାବେ ମନା ଯାଇଛି। ଆକଳନକୁ ଦେଖିଲେ ଭାରତ ଦୁନିଆରେ ସର୍ବାଧିକ ମୋଟାପଣ ଗ୍ରସ୍ତ ଶୀର୍ଷ ତିନି ଦେଶମାନଙ୍କ ମଧ୍ୟରେ ରହିଛି। ଏଠାରେ ୭୦ % ରୁ ଅଧିକ ଲୋକସଂଖ୍ୟା ଅଧିକ ଓଜନ କିମ୍ବା ମୋଟାପଣ ଗ୍ରସ୍ତ ହୋଇ ପାରନ୍ତି। ଏହା ବିଶ୍ୱସୀବ ନୁହେଁ ଭାରତୀୟ ମହିଳାଙ୍କର ବିଷୟରେ ମୋଟାପାର ହାର ୧୯୯୦ ମସିହାରେ ୧.୨% ରୁ ବଢି ୨୦୨୨ ମସିହାରେ ୯.୮% ପର୍ୟନ୍ତ ଏବଂ ପୁରୁଷଙ୍କ ନିମନ୍ତେ ୦.୫% ରୁ ବଢି ୨୦୨୨ ମସିହାରେ ୫.୪% ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ବଢୁଥିବା ମୋଟାପାର ଅବସ୍ଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗମ୍ଭୀର ପ୍ରଭାବ ପକାଇପାରେ।


Share It

Comments are closed.