ଜେଲେନସ୍କିଙ୍କ ସହ ବିତର୍କ ପରେ ଆମେରିକାର ବଡ଼ ପଦକ୍ଷେପ, ୟୁକ୍ରେନକୁ ସାମରିକ ସହାୟତା ଉପରେ ଲଗାଇଲା ରୋକ
ମିଡିଆ ରିପୋର୍ଟ ଅନୁଯାୟୀ, ହ୍ଵାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକା ୟୁକ୍ରେନକୁ ସହାୟତା ବନ୍ଦ କରୁଛି ଏବଂ ଏହାର ସମୀକ୍ଷା କରୁଛି। ୟୁକ୍ରେନର ନେତାମାନେ ଶାନ୍ତି ପ୍ରତି ସଦ୍ ଭାବନା ପ୍ରଦର୍ଶନ କରିବେ ବୋଲି ଟ୍ରମ୍ପ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହା ସ୍ଥାୟୀ ଭାବେ ସହାୟତା ବନ୍ଦ ନୁହେଁ। ଏହା ଏକ ସ୍ଥିରତା। ଏହି ଆଦେଶ ଅନୁଯାୟୀ ୟୁକ୍ରେନରେ ନଥିବା ସମସ୍ତ ଆମେରିକୀୟ ସାମରିକ ଉପକରଣକୁ ବନ୍ଦ କରାଯିବ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥଙ୍କୁ ଏହି ସହାୟତା ବନ୍ଦ କୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରୁଷ୍ ସହ ଚାଲିଥିବା ଯୁଦ୍ଧକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ଟ୍ରମ୍ପ ୟୁକ୍ରେନ୍ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି। ଏଥିରେ ଜେଲେନସ୍କି ତାଙ୍କ ସହ ସାମିଲ ହୁଅନ୍ତୁ ବୋଲି ସେ ଚାହୁଁଛନ୍ତି। କିନ୍ତୁ ଜେଲେନ୍ସ୍କି ଯୁଦ୍ଧ ଶେଷ କରିବା ପାଇଁ ସୁରକ୍ଷା ଗ୍ୟାରେଣ୍ଟି ମାଗୁଛନ୍ତି। ପୂର୍ବରୁ ଜେଲେନସ୍କି କହିଥିଲେ ଯେ ଯୁଦ୍ଧ ଶେଷ କରିବା ପାଇଁ ରୁଷ୍ ସହ ଚୁକ୍ତି କରିବାର ସମୟ ଏବେ ଆସିନାହିଁ। ତେଣୁ ଟ୍ରମ୍ପ ଏହାକୁ ୟୁକ୍ରେନ ନେତାଙ୍କ ସବୁଠାରୁ ଖରାପ ବୟାନ ବୋଲି ବର୍ଣ୍ଣନା କରିଛନ୍ତି। ଟ୍ରମ୍ପ୍ କହିଥିଲେ ଯେ ଜେଲେନସ୍କିଙ୍କ ଏହି ବୟାନକୁ ଆମେରିକା ଅଧିକ ଦିନ ବରଦାସ୍ତ କରିବ ନାହିଁ।
ଗତ ସପ୍ତାହରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିତର୍କ ହୋଇଥିଲା।
ଗତ ସପ୍ତାହରେ ଓଭାଲ ଅଫିସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ବିତର୍କ ଦେଖିବାକୁ ମିଳିଥିଲା । ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଲୋଚନା ପାଇଁ ଜେଲେନସ୍କି ଓଭାଲ ଅଫିସରେ ପହଞ୍ଚିବା ପରେ ଟ୍ରମ୍ପ ପ୍ରଥମେ ଜେଲେନସ୍କିଙ୍କ ପୋଷାକ କୁ ନେଇ ମଜାକ କରି କହିଥିଲେ ଯେ ଆପଣ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛନ୍ତି !। ତେବେ ସେହି ସମୟରେ ଜେଲେନସ୍କି ଏହି ଘଟଣାକୁ ସମ୍ଭାଳି ହସିଥିଲେ।
ଋଷର ଆକ୍ରମଣ ଆମେରିକା ପାଇଁ ମଧ୍ୟ ଦୀର୍ଘକାଳୀନ ବିପଦ ବୋଲି ଜେଲେନସ୍କି ଚେତାବନୀ ଦେବା ପରେ ବୈଠକରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଜେଲେନସ୍କି କହିଥିଲେ, ‘ତୁମର ଏକ ଭଲ ସମୁଦ୍ର ଅଛି ଏବଂ ତୁମେ ବର୍ତ୍ତମାନ ବିପଦ ଅନୁଭବ କରୁନାହଁ, କିନ୍ତୁ ତୁମେ ଭବିଷ୍ୟତରେ ଏହା ଅନୁଭବ କରିବ। ଟ୍ରମ୍ପଙ୍କ ପାଇଁ ଏହା ଯଥେଷ୍ଟ ଥିଲା, ସେ ଜେଲେନସ୍କିଙ୍କ ଉପରେ ତୀବ୍ର କଥିତ ଆକ୍ରମଣ କରିଥିଲେ ଯାହା ପରେ ହଠାତ୍ ବୈଠକ ଶେଷ ହୋଇଥିଲା।
Comments are closed.