ରବିନାଙ୍କୁ ବିବାହ ପାଇଁ ପ୍ରପୋଜ କଲେ ତାଙ୍କର ଜଣେ ପ୍ରଶଂସକ, ଉତ୍ତର କିଛି ଏପରି ଆସିଲା

Share It

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ରବିନା ବର୍ତ୍ତମାନ ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଛନ୍ତି । ଏହାର ଜବାବ ଦେବାକୁ ଯାଇ ରବିନା ମଧ୍ୟ ଖୁବ ସୁନ୍ଦର ଉତ୍ତର ଦେଇଛନ୍ତି , ଯାହାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ।

ରବିନା ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରିଥିଲେ । ଏହା ତାଙ୍କ ଭ୍ୟାକେସନ ସମୟର ଫଟୋ ଅଟେ ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଥିବାର ଦେଖିବାକୁ ମିଳିଛି । ଫଟୋର କ୍ୟାପସନରେ ରବିନା ଲେଖିଛନ୍ତି ଯେ, ‘ଯେତେବେଳେ ଗରମ ବରଦାସ୍ତ ହୁଏ ନାହିଁ, ସେତେବେଳେ ମୋ ମନ ବରଫାଚ୍ଛିଦିତ ଛୁଟିଦିନର ସ୍ୱପ୍ନ ଦେଖିବା ଆରମ୍ଭ କରେ ।’
ଏହି ଗୋଟିଏ ଫଟୋ ମଧ୍ୟରୁ ରବିନାଙ୍କୁ ବିବାହ ପାଇଁ ପ୍ରପୋଜ କରିଛନ୍ତି ତାଙ୍କର ଜଣେ ପ୍ରଶଂସକ, ଉକ୍ତ ପ୍ରଶଂସକ ଜଣକ ପ୍ରପୋଜ କରି ଲେଖିଛନ୍ତି ଯେ, “ରବିନା ମ୍ୟାମ କ’ଣ ଆର ଜନ୍ମରେ ଆପଣ ମୋତେ ବିବାହ କରିପାରିବେ ? ।” ପ୍ରଶଂସକ ଜଣକ ଏହି ପ୍ରଶ୍ନର ଉତ୍ତର ରଖି ରବିନା କହିଛନ୍ତି ଯେ, “ସରି ମୁଁ ୭ ଜନ୍ମ ପାଇଁ ବୁକିଙ୍ଗ ଅଛି ।”


Share It

Comments are closed.