ମଦର ହୋମ ଡେଲିଭରି କରିବ ଜୋମାଟୋ, ଲକ୍‌ଡାଉନ ପାଇଁ ପ୍ରସ୍ତୁତି କରିଛି ଆରମ୍ଭ !

Share It

ଫୁଡ ଡେଲିଭରି ଆପ୍ ଜମାଟୋ ବର୍ତ୍ତମାନ ଭାରତରେ ଘରେ ଘରେ ମଦ ବିତରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ମିଳିଥିବା ସୂଚନା ମୁତାବକ, ଜୋମାଟୋ ସିଇଓ ମୋହିତ ଗୁପ୍ତା କହିଛନ୍ତି କି ‘ଯଦି ଜ୍ଞାନକୌଶଳ ସାହାଯ୍ୟରେ ଘରେ ଘରେ ମଦ ବିତରଣ କରାଯାଇ ପାରିବ ତେବେ ଆମେ ମଧ୍ୟ ମଦ ବିତରଣ କରିବାର ଏହି ଦାୟିତ୍ୱ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ।’ ପ୍ରକାଶ ଥାଉକି ଦେଶର ବିଭିନ୍ନ ଅଂଶରେ ମଦ୍ୟପାନର ଆଇନଗତ ବୟସ ୧୮ରୁ ୨୫ ବର୍ଷ ଅଟେ ।
ଏ ସଂପର୍କରେ ସୂଚନା ଦେଇ ଜମାଟୋ କହିଛି ଯେ, “କମ୍ପାନୀ ଉକ୍ତ ଅଞ୍ଚଳକୁ ଟାର୍ଗେଟ କରିବ ଯେଉଁ ସବୁ ସ୍ଥାନରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି ।” ଏହି ମଧ୍ୟରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଆଜି ମଦର ହୋମ ଡେଲିଭରି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସହ ରାଜ୍ୟରେ ମଦ ଦୋକାନ ଗୁଡିକ ଖୋଲା ମଧ୍ୟ ରହିବ ।
ଯଦି ଆମେ ଆଇନ କଥା କହିବା ତେବେ ଏହି ସମୟରେ ମଦର ହୋମ ଡେଲିଭରି ପାଇଁ କୌଣସି ଆଇନ ପ୍ରଣୟନ କରାଯାଇ ନାହିଁ । ଆଲକହଲ ଇଣ୍ଡଷ୍ଟ୍ରି ବଡି ଇଣ୍ଟରନ୍ୟାସନାଲ ସ୍ପିରିଟ ଏବଂ ୱାଇନ ଆସୋସିଏସନ ଅଫ ଇଣ୍ଡିଆ କ୍ରମାଗତ ଭାବେ ସରକାରଙ୍କ ନିକଟରେ ମଦର ହୋମ ଡେଲିଭରି ପାଇଁ ଦାବୀ କରୁ ଆସୁଛନ୍ତି । ଯଦି ସରକାର ଏହାର ଅନୁମତି ଦିଅନ୍ତି ତେବେ ଜୋମାଟୋ ପାଇଁ ଘରେ ଘରେ ମଦ ବିତରଣର କାର୍ଯ୍ୟ ସହଜ ହୋଇପାରିବ ।
ଆଇଏସଡବ୍ଲୁଏଆଇର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଅମୃତ କିରଣ ସିଂହ କହିଛନ୍ତି ଯେ, ଲକ୍‌ଡାଉନ ପାଇଁ ଦେଶକୁ ରାଜସ୍ୱ କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମୟରେ ଦେଶକୁ ରେଭିନ୍ୟୁ ଯୋଗାଇଦେବାରେ ମଦର ହୋମ ଡେଲିଭରି ଖୁବ ସହାୟକ ହେବ । ଏହା ସହ ତାଙ୍କର ସବୁଠାରୁ ବଡ ଆହ୍ୱାନ ହେଉଛି ଯଦି ମଦ ବିକ୍ରି ଦ୍ୱାରା ରାଜ୍ୟ ସରକାର ରାଜସ୍ୱ ପାଉଛନ୍ତି ତେବେ ଏଭଳି ପରିସ୍ଥିତିରେ ମଦ ଦୋକାନମାନଙ୍କରେ ଭିଡ କମାଇବା ନିହାତି ଆବଶ୍ୟକ ।


Share It

Comments are closed.