ଘର ଭିତରୁ ୧୭ ନାଗସାପ ଛୁଆ ଉଦ୍ଧାର
ଗଞ୍ଜାମ ବ୍ରହ୍ମପୁର ବିନ ବିଭାଗ କାର୍ଯ୍ୟାଳୟ ନିକଟରେ ଆଜି ୧୭ ନାଗସାପ ଛୁଆ ଜନ୍ମ ହୋଇଛନ୍ତି । ସେମାନଙ୍କୁ ୭ ଦିନ ଉଷ୍ମ ବାତାବରଣ ରଖାଯିବା ପରେ ଅଣ୍ଡାରୁ ବାହାରିଥିଲେ ।
ଗତ ମଙ୍ଗଳବାର ଦିନ କାହ୍ନୁ ଚରଣ ପାତ୍ର ନାମକ ଜଣେ ବ୍ୟକ୍ତି ହିଞ୍ଜିଳି ବ୍ଲକସ୍ଥିତ ଶ୍ୟାମଳାଇ ଚକ ଠାରେ ଏହି ନାଗ ସାପ ଅଣ୍ଡା ଗୁଡିକୁ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ସୂଚନା ଦେଇଥିଲେ । ତୁରନ୍ତ ସାପ ଧରାଳି ସେଠାରେ ପହଂଚି ଉକ୍ତ ସାପ ଅଣ୍ଡା ଗୁଡିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରେ ତାହାକୁ ରଖିଥିଲେ ।
ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ୟକ୍ତିଙ୍କ ଘରେ ୫ ଫୁଟ ଲମ୍ବା ନାଗ ସାପ ଅଣ୍ଡା ଦେଇଥିଲା । ସାପ ଅଣ୍ଡା ଗୁଡିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରେ ତାହାକୁ ରଖାଯାଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ଅଣ୍ଡାରୁ ସାପ ଛୁଆ ବାହାରିଥିବାବେଳେ ମା’ ସାପ ମଧ୍ୟ ବର୍ତ୍ତମାନ ସୁସ୍ଥ ରହିଛି । ସାପ ଏବଂ ତାର ସମସ୍ତ ଛୁଆ କୁ ଆଜି କିମ୍ବା ଆସନ୍ତା କାଲି ଜଙ୍ଗଲରେ ଛଡାଇ ଦିଆଯିବ ବୋଲି ଜିଲ୍ଲା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed.