୬୮୧୫ ସକ୍ରିୟ ମାମଲା, ୨୪ ଘଣ୍ଟାରେ ୩ ମୃତ
ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ସକ୍ରିୟ ମାମଲା ୬ ହଜରା ଟପିଥିବାବେଳେ ବର୍ତ୍ତମାନ ଏହାର ସଂଖ୍ୟା ରହିଛି ୬୮୧୫ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ । ସବୁଠାରୁ ଅଧିକ ସଂକ୍ରମିତ ୨୦୫୩ କେରଳରେ ଚିହ୍ନଟ ହୋଇଛନ୍ତି ।
କେରଲ ପରେ ଗୁଜୁରାଟ ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସେଠାରେ ୧୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିଲ୍ଲୀ ଏବଂ ପଶ୍ଚିମ ବଙ୍ଗରେ ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ଗହଳି ସ୍ଥାନ ମାନଙ୍କରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି ।
ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ସମସ୍ତ ରାଜ୍ୟରୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ, ଆଇସୋଲେସନ ବେଡ, ଭିଣ୍ଟିଲେଟର, ଜରୁରୀ ଔଷଧକୁ ମହଜୁଦ ରଖିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା, କଫ ଏବଂ ସର୍ଦ୍ଦି ଭଳି ଲକ୍ଷଣ ଥିବା ପିଲାମାନଙ୍କୁ ସ୍କୁଲ ନଆଣିବା ପାଇଁ ଅଭିଭାବକମାନଙ୍କୁ କର୍ଣ୍ଣାଟକ ସରକାର ପରାମର୍ଶ ଦେଇଛନ୍ତି ।
ଭାରତରେ କୋଭିଡ ମାମଲାକୁ ନେଇ ସବୁଠାରୁ ବଡ ଚିନ୍ତାର କାରଣ ଏହା ଯେ, ଜେଏନ ୧ ଭ୍ୟାରିଏଣ୍ଟ ମନ୍ୟୁଷଙ୍କ ଶରୀରରେ ଖୁବ ଦ୍ରୁତ ଗତିରେ ମାଡେ । ଏହି ଭାଇରସ ମଧ୍ୟରେ ଅତିରିକ୍ତ ପରିବର୍ତ୍ତନ ରହିଛି ଯାହା ମନ୍ୟୁଷ ଶରୀରରେ ପ୍ରବେଶ କରିବା ସହ ରୋଗପ୍ରତିରୋଧ ଶକ୍ତିକୁ ମଧ୍ୟ ଦୁର୍ବଳ କରିଥାଏ । ଅନେକ ଡାକ୍ତର ଏହି ଭାଇରସ ସେତେଟା ଭୟଙ୍କରୀ ନୁହେଁ ବୋଲି କହିଥିବାବେଳେ ଏହାକୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।
Comments are closed.