ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ ପାଇଁ ଭାରତର ପ୍ରଥମ
ଅଲ-ଇନ-ୱାନ ଓଟିଟି ଏଟଂରଟେନମେଂଟ ପ୍ୟାକର ଶୁଭାରମ୍ଭ

Share It

୨୭୯ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନରେ ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫ ଓ ଏକ୍ସଟ୍ରିମ ପ୍ଲେ ପ୍ରିମିୟମ ସମେତ ୨୫ରୁ ଅଧିକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ପ୍ରଦାନ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ପକ୍ଷରୁ ପ୍ରିପେଡ ଗ୍ରାହକମାନଙ୍କ ପାଇଁ ନୂଆ ଅତୁଳନୀୟ ମନୋରଂଜନ ପ୍ୟାକ ଘୋଷଣା କରାଯାଇଛି । ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫ ଓ ସୋନିଲିଭ ସମେତ ୨୫ରୁ ଅଧିକ ଶ୍ରେଷ୍ଠ ଓଟିଟି ପ୍ଲାଟଫର୍ମକୁ ନେଇ ଶିଳ୍ପର ଏକ ଅଗ୍ରଣୀ ପୋର୍ଟଫୋଲିଓ ପ୍ରଦାନ କରି ଏୟାରଟେଲ ଭାରତର ଏକମାତ୍ର ଟେଲିକମ କମ୍ପାନି ଭାବେ ଏଭଳି ବ୍ୟାପକ ମନୋରଂଜନ ଅନୁଭୂତି ପ୍ରଦାନ କରୁଛି । ମାସିକ ବୈଧତା ସହ ୨୭୯ ଟଙ୍କାରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ଶୁଭାରମ୍ଭ ପ୍ୟାକ ସହିତ ଗ୍ରାହକମାନେ ବ୍ୟାପକ ପ୍ରକାରର ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ହାସଲ କରିପାରିବେ ଯାହାର ମୂଲ୍ୟ ହେଉଛି ୭୫୦ ଟଙ୍କା । ଏୟାରଟେଲ ଏକମାତ୍ର ଟେଲିକମ କମ୍ପାନି ଭାବେ ଏତେ ବ୍ୟାପକ ଓଟିଟି ଷ୍ଟ୍ରିମିଂ ବିକଳ୍ପର ସୁବିଧା ପ୍ରଦାନ କରୁଛି । କମ୍ପାନି ପକ୍ଷରୁ ୫୯୮ ଟଙ୍କାରେ ମନୋରଂଜନ ପ୍ୟାକ ସହ ଅସୀମିତ ୫ଜି ଡାଟାକୁ ବଲଡ କରାଯାଇଛି ଯାହା ଅସୀମିତ ମନୋରଂଜନ ସୁନିଶ୍ଚିତ କରିବ ।

ଗ୍ରାହକମାନେ ଏବେ ଗୋଟିଏ ପ୍ୟାକରେ ନେଟଫ୍ଲିକ୍ସ, ଜିଓହଟଷ୍ଟାର, ଜୀ୫, ସୋନିଲିଭ, ଲାୟନ୍ସଗେଟପ୍ଲେ, ଏଏଚଏ, ସନନେକ୍ସଟ, ହୋଇଚୋଇ,ଏରସନାଓ ଓ ସେମାରୋମି ଭଳି ଅଗ୍ରଣୀ ଓଟିଟି ପ୍ଲାଟଫର୍ମର ବ୍ୟାପକ ଟିଭି ସୋ, ବ୍ଲକବଷ୍ଟର ସିନେମା ଓ ବୃତଚିତ୍ର (ଡକ୍ୟୁମେଂଟାରି)କୁ ହାସଲ କରିପାରିବେ । ବିଭିନ୍ନ ଓଟିଟି ସେବାକୁ ଗୋଟିଏ ସୁଲଭ ପ୍ୟାକ ମଧ୍ୟରେ ଏକତ୍ରୀତ କରି କମ୍ପାନି ପ୍ରିପେଡ ଗ୍ରାହକଙ୍କ ପରିବର୍ତିନ ମନୋରଂଜନ ଆବଶ୍ୟତା ପୂରଣ କରିବାକୁ ଚାହୁଛି । ଏହା ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ଅନ୍ତର୍ଜାତୀୟ, ବଲିଉଡ ଓ ୧୬ରୁ ଅଧିକ ଭାଷାରେ ଆଂଚଳିକ ବିଷୟବସ୍ତୁକୁ ସହିତ ପସନ୍ଦର ସୋ, ସିନେମା ଓ ଅରିଜିନାଲ ବିଷୟବସ୍ତୁକୁ ର୍ନିିଷ୍ଟ ସବସ୍କ୍ରିପସନଗୁଡ଼ିକୁ ପରିଚାଳନା କରିବାର ଜଟିଳତା ବିନା ଉପଭୋଗ କରିବାରେ ସକ୍ଷମ କରିବ । ଏହି ଗୁରୁତ୍ୱର୍ପୂ ଅଭିଯାନ ଏୟାରଟେଲର ମୂଲ୍ୟ ଉପସ୍ଥାପନାକୁ ବଢ଼ାଇବା ସହିତ ଗ୍ରାହକମାନଙ୍କୁ ଅତୁଳନୀୟ ସୁବିଧା, ନମନୀୟତା ଏବଂ ବିବିଧ ବର୍ଗର ମନୋରଂଜନ ବିକଳ୍ପ ପ୍ରଦାନ କରିବାରେ ଏୟାରଟେଲର ସମର୍ପଣ ଭାବ ଉପରେ ଆଲୋକପାତ କରିବ ।


Share It

Comments are closed.