ନେପାଲରେ ଏକ ବିବାହ କାର୍ଯ୍ୟକ୍ରମରେ ପହଂଚିଲା ଗେଣ୍ଡା, ୱେଣ୍ଡିଂ ଭେନ୍ୟୁରେ ପହଂଚିବା ମାତ୍ରକେ ଫୋନ କାଢି ଭିଡିଓ କରିବାକୁ ଲାଗିଲେ ଲୋକ

Share It

ନେପାଲରେ ଏକ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏହି ବିବାହରେ ସବୁଠାରୁ ସ୍ୱତନ୍ତ୍ର, ବିନ ନିମନ୍ତ୍ରଣରେ ଆସିଥିବା ଅତିଥି । ଏବଂ ଏହି ଅତିଥି କୌଣସି ମଣିଷ ନୁହନ୍ତି ବରଂ ଜଣେ ବନ୍ୟଜନ୍ତୁ ସାଧାରଣତଃ ଯାହାକୁ ଦେଖି ସମସ୍ତେ ତାହା ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି । ଆଜ୍ଞା ହିଁ ଆମେ ଗେଣ୍ଡା ସଂପର୍କରେ … ଯାହାର ଶକ୍ତି ସାମନାକୁ ଜଙ୍ଗଲର ରାଜା ମଧ୍ୟ ଫକା ପଡି ଯାଆନ୍ତି ।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଉକ୍ତ ଗେଣ୍ଡାଟି ବହୁତ ଶାନ୍ତ ଏବଂ ସରଳ ଅଟେ । ସେ ଚୁପଚାପ ବିବାହ କାର୍ଯ୍ୟକ୍ରମରେ ଦାଖଲ ହେଲା ଏବଂ ଆଖପାଖ ଦେଖି ଏବଂ ପୁଣି ନିଜ ରାସ୍ତାରେ ପଳାଇଲା । ସେ କୌଣସି ପ୍ରକାରରେ ହଙ୍ଗାମା କଲା ନାହିଁ ।


Share It

Comments are closed.