ମଣିପାଲ ହସ୍ପିଟାଲ, ଭୁବନେଶ୍ୱର ତରଫରୁ ବିଶ୍ବ ଲିଭର ଦିବସ ଅବସରରେ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆୟୋଜିତ
ଭୁବନେଶ୍ୱର, ୧୯ । ୦୪ , ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ତରଫରୁ ୟୁନିଟ-୯, ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଟାଇମ୍ସ ଅଫ୍ ଇଣ୍ଡିଆ ପୂର୍ବତନ ଓଡ଼ିଶା ବ୍ୟୁରୋ ଚିଫ୍ ଡ଼ଃ ରାଜରାମ ସତପଥୀ , ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡ଼ିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର, ମାଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା, ଡାକ୍ତର ଜ୍ଞାନ ରଞ୍ଜନ ରାଉତ, ଜିଆଇ ଓ ଏଚପିବି ସର୍ଜନ ଡାକ୍ତର ଜ୍ୟୋତିର୍ମୟ ଜେନା ଉପସ୍ଥିତ ଉପସ୍ଥିତ ଥିଲେ।
ଏହି ଅବସରରେ ଡଃ ରାଜାରାମ ସତପଥୀ କହିଛନ୍ତି, “ବର୍ତ୍ତମାନ ସମୟରେ ଆମର ଜୀବନଶୈଳୀ କାରଣରୁ ଲିଭର ରୋଗ ସମେତ ଅନ୍ୟ ବିଭିନ୍ନ ପ୍ରକାର ରୋଗ ଦ୍ରୁତ ଗତିରେ ବଢ଼ୁଛି । ଏ ସମ୍ପର୍କରେ ସଚେତନତା ହେଉଛି ପ୍ରତିରୋଧର ପ୍ରଥମ ପାହାଚ । ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଦ୍ୱାରା ନିଆଯାଇଥିବା ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଏପରି ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ଲୋକଙ୍କର ଅଂଶଗ୍ରହଣ ଓଡ଼ିଶାକୁ ସୁସ୍ଥ ରାଜ୍ୟ ଭାବେ ଗଢିଉଠିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ।”
ଏହି ସ୍ବାସ୍ଥ୍ୟ ଶିବିର ସକାଳ 10ଟା ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଠାରେ ବିନା ମୁଲ୍ୟରେ ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା, ଡାକ୍ତର ଜ୍ଞାନ ରଞ୍ଜନ ରାଉତ, ଜିଆଇ ଓ ଏଚପିବି ସର୍ଜନ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କ ପରାମର୍ଶ ନେବା ସହିତ ଲିଭର ପରୀକ୍ଷା ମଧ୍ୟ ଦେଇଥିଲା I
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡ଼ିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ଏହି ପ୍ରୟାସ ଆମର କେବଳ ଚିକିତ୍ସା ନୁହେଁ, ବରଂ ଲୋକଙ୍କ ଶିକ୍ଷିତ କରିବା ଓ ସଶକ୍ତ କରିବା ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ । ଏହି ଶିବିର ମାଧ୍ୟମରେ ଆମେ ସମୟୋପଯୁକ୍ତ ସଚେତନତା ଓ ନିଶ୍ଶୁଳ୍କ ବିଶେଷଜ୍ଞ ଚିକିତ୍ସା ଉପଲବ୍ଧ କରାଇବାକୁ ଚେଷ୍ଟା କରିଛୁ । ଏପରି ବିପୁଳ ସଂଖ୍ୟାରେଅଂଶଗ୍ରହଣ ଦେଖି ଆମେ ଗର୍ବିତ, ଯାହା ଦର୍ଶାଏ ଯେ ଆମେ କେବଳ ଏକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ନୁହେଁ, ବରଂ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଭାଗୀଦାର ହିସାବରେ ମଧ୍ୟ ନିଜ ଭୂମିକା ନିଭାଉଛୁ ।
ମାଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା କହିଛନ୍ତି, “ଏହି ଶିବିର ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଲୋକମାନେ ସମୟ ଥିବାବେଳେ ନିଜର ଲିଭର ସ୍ୱାସ୍ଥ୍ୟ ପାଇଁ ଦାୟିତ୍ୱ ନିଅନ୍ତୁ । ନିୟମିତ ଯାଞ୍ଚ ମାଧ୍ୟମରେ ଆଗମୁଖୀ ଚିହ୍ନଟ ଓ ଚିକିତ୍ସାରେ ବଡ଼ ପରିବର୍ତ୍ତନ ଆଣିହେବ ।”
Comments are closed.