କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶାର ମିଳିତ ଉଦ୍ୟମ

Share It

ପଶ୍ଚିମବଙ୍ଗ ରାଜ୍ୟ କୁ ଲାଗି ଦୁଇଟି ଦେଶ ବାଙ୍ଗଲାଦେଶ ଓ ଭୁଟାନ ଅଞ୍ଚଳରେ ବସବାସ କରୁଥିବା କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଛନ୍ତି | ପଶ୍ଚିମବଙ୍ଗ (ଉତ୍ତରବଙ୍ଗ ) ଆଲିପୁରଦୁଆର୍ ଜିଲ୍ଲାର ଭାଷା ଡ଼ାବରି ଠାରେ ଆଲିପୁରଦୁଆର୍ କୁଡ଼ୁମି ଉନ୍ନୟନ ସମିତି ଦ୍ଵାରା ଅନୁଷ୍ଠିତ ତ୍କୁଡୁମୀ ସମ୍ମିଳନୀ ଓ କୁଡୁମୀ ସାଂଗଠାନିକ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମହାନ୍ତ କହିଛନ୍ତି । ଆଲିପୁରଦୁଆରରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ବହୁ ବର୍ଷ ସମୟ ଧରି ରହି ଆସୁଛନ୍ତି।
<img src="https://yuvasamay.com/wp-content/uploads/2025/03/IMG-20250326-WA0009-300×225.jpg" alt="" width="300" height="225" class="alignnone size-medium wp-image-45939" /

ପଶ୍ଚିମବଙ୍ଗ ରାଜ୍ୟ ର କୁଡୁମି ସମାଜର ସଭାପତି ରାଜେଶ ମାହାତ, ଝାଡଖଣ୍ଡ ରାଜ୍ୟ ର ଦୀପକ ମାହାତ ଏବଂ ବିଭିନ୍ନ ରାଜ୍ୟ ର କୁଡୁମୀ ସଙ୍ଗଠନ ର ମୁଖ୍ୟ ସବୁ ଯୋଗଦାନ କରିଥିଲେ।ଶ୍ରୀ ମହାନ୍ତ ଏହି ସଭା ରେ ଯୋଗଦେଇ କୁଡୁମୀ ମାନଙ୍କର ସମସ୍ୟା ବିଷୟ ରେ ସରକାର ଙ୍କ ଧ୍ୟାନ ଆକର୍ଷଣ କରିବା ସହିତ କୁଡୁମୀ ମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ଦାବୀ ଜଣାଇଥିଲେ।ଶ୍ରୀ ଦ୍ଵିଜେନ ମାହାତ ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ହଜାର ହଜାର କୁଡୁମି ପୁରୁଷ ମହିଳା ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବରେ ପଶ୍ଚିମବଙ୍ଗ କୁଡୁମୀ ସମାଜ ର ସଭାପତି ରାଜେଶ ମାହାତ ଏବଂ କୁଡୁମୀ ସେନା ର ବୁଲୁ ମହାନ୍ତ, ମହେଶ୍ୱର ମହାନ୍ତ, ଟିକିନା ମହାନ୍ତ,ଟିକିଲି ମହାନ୍ତ, ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ରେ ଚାଲିଥିବା କୁଡୁମୀ ସେନା ର କାର୍ଯ୍ୟକ୍ରମରେ ଉତ୍ତରବଙ୍ଗ କୁଡୁମୀ ସମାଜର କର୍ମକର୍ତ୍ତା ମାନେ ଉଦବୁଦ୍ଧ ହୋଇ ଓଡ଼ିଶା କୁଡୁମୀ ସେନାର ପରାମର୍ଶ ଓ ସହଯୋଗ ଲୋଡିଥିଲେ।ଏଣୁ ଓଡ଼ିଶାର କୁଡୁମୀ ସେନା ପକ୍ଷ ରୁ ଉତ୍ତରବଙ୍ଗ କୁଡୁମୀ ମାନଙ୍କ ଅଧିକାର ପାଇଁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ର ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଥିଲେ।


Share It

Comments are closed.