ତାତିରୁ ମିଳିବ ଆଶ୍ୱସ୍ତି: ଆସନ୍ତା ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ

Share It

ରାଜ୍ୟରେ ଦିନକୁ ଦିନ ଅସହ୍ୟ ହୋଇପଡ଼ିଲାଣି ତାତି । ତାପମାତ୍ରା ବଢିବା କାରଣରୁ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ। ସତେ ଯେପରି ତତଲା କଡ଼େଇ ରେ ସିଜୁଛି ପୂରା ରାଜ୍ୟ। ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । କିନ୍ତୁ ଏସବୁ ମଧ୍ୟରେ ଆସ୍ବସ୍ତିକର ଖବର ଆଣିଛି କାଳବୈଶାଖୀ। ଆସନ୍ତା ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ୍ ରାଜ୍ୟରେ ଏହାର ପ୍ରଭାବ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ , ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ଏ । ଝଟକା ପବନ ୭୦ କିମି ଯାଏଁ ପୂର୍ବାନୁମାନ କରାଯାଇଥିବା ବେଳେ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।


Share It

Comments are closed.