Happy Women’s Day 2025: ମହିଳା ଦିବସରେ ସୁନ୍ଦର ବାର୍ତ୍ତା ମାଧ୍ୟମରେ ନିଜ ଜୀବନର ପ୍ରତ୍ୟେକ ମହିଳାଙ୍କୁ କୁହନ୍ତୁ ଧନ୍ୟବାଦ
ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୦୮ ମସିହାରେ ୧୫,୦୦୦ ମହିଳା ଉନ୍ନତ ମଜୁରି, କମ୍ କାର୍ଯ୍ୟ ସମୟ ଏବଂ ମତଦାନ ଅଧିକାର ପାଇଁ ନ୍ୟୁୟର୍କରେ ପଦଯାତ୍ରା କରିଥିଲେ । ୧୯୧୦ ମସିହାରେ ଜର୍ମାନୀର ଜଣେ ନେତା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାର ବର୍ଷକ ପରେ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ୪ଟି ୟୁରୋପୀୟ ଦେଶରେ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା । ତେବେ ୧୯୭୫ ମସିହାରେ ଜାତିସଂଘ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କୁ ଘୋଷଣା କରି ଏହି ଦିବସକୁ ବିଶ୍ୱସ୍ତରରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲା । ସେବେଠାରୁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି।
ଚଳିତ ବର୍ଷ ମହିଳା ଦିବସ ୨୦୨୫ର ଥିମ୍ ରହିଛି ‘ଏକ୍ସିଲରେଟ ଆକ୍ସନ’, ଯାହାର ଅର୍ଥ ହେଉଛି ତ୍ୱରିତ ପଦକ୍ଷେପ ନେବା। ଏହି ମହିଳା ଦିବସରେ ଆପଣଙ୍କ ପରିବାରର ମହିଳା, ମହିଳା ବନ୍ଧୁ, ସହକର୍ମୀ ଏବଂ ଆପଣଙ୍କ ଜୀବନ ସହ ଜଡ଼ିତ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ପଠାନ୍ତୁ ।
ସମସ୍ତ ମହିଳାଙ୍କୁ ଆନ୍ତର୍ଜାତିକ ମହିଳା ଦିବସର ଅନେକ ଶୁଭେଚ୍ଛା
Comments are closed.