ପୁଣି ଫେରି ଆସିବ ହାତର ହଜିଯାଇଥିବା ସୌନ୍ଦର୍ଯ୍ୟ: କରନ୍ତୁ ଏହି ସରଳ ଉପାୟ

Share It

ଖରା, ପ୍ରଦୂଷଣର ଓ ବିଭିନ୍ନ କାରଣରୁ ହାତର ରଙ୍ଗ କଳା ପଡିଯାଇଥାଏ। ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ ପ୍ରଭାବ ପକାଇଥାଏ। କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ବିଷୟରେ..

୧ ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ଲଗାଇବା ପରେ ୧୫ମିନିଟ ରଖି ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।

୨ଚାମଚ ବେସନରେ ଏକ ଚାମଚ ଦହି କିଛି ହଳଦୀ ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।

୨ ଚାମଚ ଲହୁଣୀରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ। ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।


Share It

Comments are closed.