ରୁଟି ଖାଇବାକୁ ଦେବାବେଳେ କାହିଁକି ଗଣନା କରିବା ଉଚିତ୍ ନୁହେଁ ଜାଣନ୍ତୁ!

Share It

ରୋଷେଇ ଘର ହେଉଛି ଏକ ସ୍ଥାନ ଯେଉଁଠାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯଦି ଏହି ସ୍ଥାନରେ କୌଣସି ତ୍ରୁଟି ଥାଏ, ତେବେ ପୁରା ପରିବାର ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ |

ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ଓ ପରମ୍ପରା ରହିଛି। ଯାହାକୁ ଅନେକ ପୁରାତନ କାଳରୁ ଲୋକେ ପାଳନ କରି ଆସୁଛନ୍ତି। ଏହି ପରମ୍ପରା ପଛରେ ଧାର୍ମିକ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ସେହି ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଥାଆନ୍ତି। ସେଭଳି ପରମ୍ପରାରୁ ଗୋଟିଏ ହେଉଛି ରୁଟି ଗଣି କରି ପ୍ରସ୍ତୁତ କରିବା ଉଚିତ ନୁହେଁ। କିମ୍ବା ଗଣି କରି ଖାଇବାକୁ ମଧ୍ୟ ଦିଅନ୍ତୁ ନାହିଁ। ପୂର୍ବରୁ ରୁଟି ପ୍ରସ୍ତୁତ କରିବା ସମୟରେ ଗାଈ,କୁକୁରଙ୍କ ପାଇଁ ରୁଟି ପ୍ରସ୍ତୁତ କରାଯାଉଥିବା ସହ ଆଉ କିଛି ରୁଟି ମଧ୍ୟ ପ୍ରସ୍ତୁତ କରାଯାଏ। କୌଣସି ଅତିଥି ପହଞ୍ଚିଲେ ହେଉ କିମ୍ବା ଅସହାୟ ଉପସ୍ଥିତ ହେଲେ ସେ ଭୋକିଲା ନ ରହିବା ପାଇଁ ଏପରି କରାଯାଇଥାଏ। ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ରୁଟି ଗଣି କରି ପ୍ରସ୍ତୁତ କରିବାକୁ ବାରଣ କରିଥାଆନ୍ତି। ଏହା ପଛରେ ଥିବା ଉଭୟ ବୈଜ୍ଞାନିକ ଓ ଧାର୍ମିକ କାରଣ ଜାଣନ୍ତୁ….

ରୁଟି ପ୍ରସ୍ତୁତ କରିବା ପୂର୍ବରୁ ଚକଟା ଅଟାର ଗୁଳାକୁ ଗଣି କରି ରୁଟି ପ୍ରସ୍ତୁତ କରିବା ଦ୍ୱାରା ବଳକା ଅଟାକୁ ଫ୍ରିଜରେ ରଖି ଦେଇଥାଆନ୍ତି। ଫଳରେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ହୋଇଥାଆନ୍ତି। ଫ୍ରିଜରେ ଥିବା ବଳକା ଅଟାର ରୁଟି ଖାଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ମଧ୍ୟ ହୋଇଥାଏ।

ଗଣି କରି ରୁଟି ପ୍ରସ୍ତୁତ କରିବା ଦ୍ୱାରା ବଳକା ଚକଟା ଅଟାକୁ ସଭିଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ରୁଟିର ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ସହ ଜଡିତ ବୋଲି ମାନ୍ୟତା ରହିଛି। ମାତ୍ର ବଳକା ଅଟାରେ ବ୍ୟାକ୍ଟେରିଆ ସୃଷ୍ଟି ପରେ ଏହାର ସମ୍ବନ୍ଧ ରାହୁ ସହ ହୋଇଥାଏ ବୋଲି କୁହାଯାଏ। ସେହି ଅଟାର ରୁଟି ପ୍ରସ୍ତୁତ କରି ଖାଇବା ଦ୍ୱାରା ଘରେ କିମ୍ବା ବାହାରେ କଥାବାର୍ତ୍ତା କରିବା ସମୟରେ ସ୍ୱର ଉଚ୍ଚ ହେବା ସହ କ୍ରୋଧ ଆସିଥାଏ। ଯାହା କଳହର କାରଣ ହେବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥାଏ। ଘରେ ଶାନ୍ତିର ବାତାବରଣ ରଖିନଥାଏ।


Share It

Comments are closed.