ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କିଣନ୍ତୁ ଏହିସବୁ ଜିନିଷ, ପାଇବେ ଶୁଭଫଳ
ଅକ୍ଷୟ ତୃତୀୟା ର ପବିତ୍ର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲପକ୍ଷ ତୃତୀୟ ତିଥିରେ ପଡ଼େ | ଚଳିତ ବର୍ଷ ଏହି ପର୍ବ ମେ ମାସ ୩ ତାରିଖ ମଙ୍ଗଳବାର ଦିନ ପାଳନ କରାଯିବ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ଯେକୈ।ଣସି କାର୍ଯ୍ୟ ଶୁଭ ବୋଲି ବିବେଚନା କରାଯାଏ ଏବଂ ଅକ୍ଷୟ ଫଳାଫଳ ପ୍ରଦାନ କରେ, ତେଣୁ ଏହି ଦିନ ଆପଣ ପଞ୍ଚଚାଙ୍ଗକୁ ନ ଦେଖି ଯେକୈ।ଣସି କାର୍ଯ୍ୟ କରିପାରିବେ |ଏହିଦିନ ରାଶି ଅନୁସାରେ ଜିନିଷ କିଣିବା ଦ୍ୱାରା ସୌଭାଗ୍ୟ ଓ ଶୁଭଫଳ ପ୍ରାପ୍ତି ହେବା ସହ ଘରେ ସୁଖସମ୍ପତ୍ତି,ଧନ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ……
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ ମସୁର ଡାଲି କିଣନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିବ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ବାଜରା କିମ୍ବା ଚାଉଳ କିଣନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ପୋଷାକ,ମୁଗ,ଧନିଆ କିଣିବା ଉଚିତ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଚାଉଳ,କ୍ଷୀର କିଣନ୍ତୁ। ଏହାଦ୍ୱାରା ଆପଣଙ୍କ ଉନ୍ନତି ହେବ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ତମ୍ବା ବାସନ କିମ୍ବା ଲାଲ ପୋଷାକ କିଣନ୍ତୁ। ଏହା ଉନ୍ନତିରେ ସହାୟକ ହେବ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ମୁଗ ଡାଲି କିଣିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହେବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଚାଉଳ କିମ୍ବା ଚିନି କିଣିପାରିବେ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଗୁଡ କିମ୍ବା ପାଣି କିଣନ୍ତୁ। ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ଚାଉଳ କିମ୍ବା କଦଳୀ ମଧ୍ୟ କିଣିପାରିବେ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ବିରି ଡାଲି କିଣିବା ଶୁଭଙ୍କର।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ କଳାରାଶି କିମ୍ବା ବସ୍ତ୍ର କିଣନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ବୁଟ ଡାଲି କିମ୍ବା ହଳଦୀ କିଣନ୍ତୁ। ଶୁଭଫଳ ପ୍ରାପ୍ତି ହେବ।
Comments are closed.