ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା: ପରିସ୍ଥିତିକୁ ଦେଖି ସରକାରଙ୍କ ନିର୍ଦେଶ
ଆସିଲା ସେପ୍ଟେମ୍ୱର ମାସର ଗାଇଡଲାଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । ବଢୁଥିବା କରୋନା ମାମଲାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର କୌଣସି ପ୍ରକାର ଅବହେଳାକୁ ସହ୍ୟ କରିବାକୁ ମନୋଭାବରେ ନାହାଁନ୍ତି । କେରଳ ଏବଂ ମହାରାଷ୍ଟ୍ରର କରୋନା କେସ୍ ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢିଲାଣି ।
ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରଣାଳୟ (MHA) ଏକ ଆଦେଶରେ କହିଛି ଯେ ଭୂତାଣୁ ରୋକିବା ପାଇଁ ସମସ୍ତ ନିୟମ ୩୦ ସେପ୍ଟେମ୍ବର ଯାଏଁ ବଳବତ୍ତର ରହିବ । ଭାରତ ସରକାରଙ୍କ ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ଏନେଇ ଜଣାଇଛନ୍ତି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ଏନେଇ ସତର୍କ କରାଇଛି କେନ୍ଦ୍ର । ବିଭିନ୍ନ ରାଜ୍ୟର ସରକାର ଏନେଇ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।
#COVID19 containment measures will remain in force up to September 30th, 2021: Ministry of Home Affairs (MHA) pic.twitter.com/QOuMa01STR
— ANI (@ANI) August 28, 2021
ଏଥିରେ ସରକାର କହିଛନ୍ତି ଯେ ଜୁନ୍ ୨୯ ରେ ଜାରି କରାଯାଇଥିବା କୋଭିଡ୍ -19 ପ୍ରୋଟୋକଲଗୁଡିକର କାର୍ଯ୍ୟକାରିତା ସମ୍ପର୍କିତ ପୂର୍ବ ନିର୍ଦ୍ଦେଶ ବର୍ତ୍ତମାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ମୋଟ ସକ୍ରିୟ ମାମଲା ଏବଂ କେନ୍ଦ୍ର ଏହି ଘଟଣାରେ ଉଦବେଗ ପ୍ରକାଶ କରିଛି ଦେଶର କେତେକ ଜିଲ୍ଲାରେ କେସ୍ ପଜିଟିଭିଟି ହାର ଉଚ୍ଚରେ ରହିଆସିଛି । ଆହୁରି କୁହାଯାଇଛି ଯେ, କିଛି ସ୍ଥାନରେ କୋଭିଡ ପଜିଟିଭ ହାର ଅଧିକ ରହୁଛି । ସେସବୁ ସ୍ଥାନରେ କଣ୍ଟେନମେଣ୍ଟ ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛି ।
Comments are closed.