ଦୁନିିଆର ସବୁଠାରୁ ମୂଲ୍ୟବାନ ଚା ! ଯାହାର କିଛି ଗ୍ରାମର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ

Share It

ଧନି ହେଉ କି ଗରିବ ଚା ପ୍ରାୟ ଆମ ସମସ୍ତଙ୍କର ପ୍ରିୟ ପାନୀୟ। ଉଷୁମ ଉଷୁମ କପେ ଚା ଦେହରେ ତୁରନ୍ତ ସ୍ପୁର୍ତ୍ତି ଭରିଦିଏ। ହେଲେ ଆମେ ଯେଉଁ ଚା ପତିର ଚା ପିଉଛେ ସେହି ପତିର ମୂଲ୍ୟ କେଜି ପ୍ରତି ଅତି ବେଶି ହେଲେ ୨ଶହରୁ ୫୦୦ ଟଙ୍କା ମଧ୍ୟରେ। ହେଲେ ଜାଣନ୍ତି କି ଗୋଟିଏ କେଜି ଚାର ମୂଲ୍ୟ ୯ କୋଟି ଟଙ୍କା ହୋଇପାରେ ହୁଏତ ଆପଣଙ୍କୁ ବିଶ୍ୱାସ ହୋଇ ନପାରେ। ହେଲେ ଚୀନରେ ଉତ୍ପାଦିତ ହେଉଥିବା ଡା-ହୋଙ୍ଗ ପାଓ ଟି ପ୍ରତି କେଜି କୋଟିରେ ଧାର୍ଯ୍ୟ ହେଉଛି।

ଏହି ଚାପତି ଚୀନ୍‌ ଫୁଜିୟାନ ପ୍ରାନ୍ତ ୱିସନ୍‌ ଅଞ୍ଚଳରେ ଚାଷ ହୋଇଥାଏ। ଏହି ଚା ଆମେ ପିଉଥିବା ସାଧାରଣ ଚା ପରି କେବଳ ସ୍ପୁର୍ତ୍ତିଦାୟକ ନୁହେଁ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୂର କରିଥାଏ। ଏପରି ଚା ପିଉଥିବା ଲୋକଙ୍କ ପାଖକୁ ପ୍ରାୟ ରୋଗ ପଶିପାରିନଥାଏ। ଏଣୁ ଏହି ଚାପତିର ବିଶ୍ୱରେ ଏତେ ଚାହିଦା ରହିଥିବା ବେଳେ ଦର ମଧ୍ୟ ସେହିପରି। ଲୋକେ ଏଥିରୁ କିଛି ଗ୍ରାମ କିଣିବା ଲାଗି ଲକ୍ଷଲକ୍ଷ ଟଙ୍କା ବ୍ୟୟ କରିବାକୁ ବି ପଛାଉ ନାହାନ୍ତି।

ଆମ ଦେଶରେ ବି ଚା ଚାଷ ହେଉଛି। ହେଲେ ଏହି ଚାପତି ଆମ ଦେଶର ଚା ପତି ଭଳି ନୁହେଁ। ଏହାର ଉତ୍ପାଦନ ଖୁବ୍ ସ୍ୱଳ୍ପ ଓ ଏହି ଚା ଚାଷ କରୁଥିବା ଚାଷୀଙ୍କୁ ଏହା ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡିଥାଏ। ଏହାକୁ ରକ ଟି ବୋଲି ମଧ୍ୟ କୁହାଯାଏ। ଏହା ମାଟିରେ ଚାଷ ହୁଏନି କି ଏହି ଚା ଗଛକୁ ଚାଷୀ ଲଗାନ୍ତିନି। ଏହା ସୁ ଉଚ୍ଚ ପାହାଡରେ ମନକୁ ମନ ଉଠେ। ଏପରି ଚା ପ୍ରତି ଧ୍ୟାନ ରଖୁଥିବା ଲୋକେ ପାହାଡରେ ଚା ଗଛର ଦେଖାଶୁଣା କରନ୍ତି ଓ ପତ୍ର ସଂଗ୍ରହ କରି ଏହାର ପ୍ରକ୍ରିୟା କରଣ କରନ୍ତି। ଅନେକ କଷ୍ଟରେ ବର୍ଷକୁ ସେମାନେ ମାତ୍ର କିଛି କେଜି ଚା ଉତ୍ପାଦନ କରିପାରନ୍ତି।

ଏଣୁ ଏହି ଚା ପତିର ପତ୍ର ବିଶ୍ୱରେ ଅତ୍ୟନ୍ତ ଦୁର୍ଲଭ ମନେ କରାଯାଏ। ଦେଶରେ ମିଙ୍ଗ ଶାସନକାଳରୁ ଏହି ଚାର ଚାହିଦା ସାରା ଚୀନ୍‌ରେ ରହିଛି। ଏହି ଚାପତିରେ ପ୍ରସ୍ତୁତ ଚା ପିଇ ମିଙ୍ଗ ରାଣୀ ସୁସ୍ଥ ହୋଇଥିଲେ। ସେବେଠୁ ଏହାକୁ ଦେଶରେ ଔଷଧୀୟ ବୃକ୍ଷ ପ୍ରଜାତିରେ ଗଣାଯାଉଥିବା ବେଳେ ଏହାର ମୂଲ୍ୟ ମଧ୍ୟ ବିଶ୍ୱରେ ସର୍ବାଧିକ। ଏଣୁ ଚାଷୀ ବର୍ଷକରେ ଗୋଟିଏ କେଜି ଚା ଉତ୍ପାଦନ କରିପାରିଲେ ବି ତାହା ତାଙ୍କ ଲାଗି ଯଥେଷ୍ଠ ।


Share It

Comments are closed.