ଜାଣନ୍ତୁ ଘରେ ଘଣ୍ଟା ଲଗାଇବାର ସଠିକ ସ୍ଥାନ, ନଚେତ ପିଛା ଛାଡ଼ିବନି ଦୁର୍ଭାଗ୍ୟ
ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କି ବାସ୍ତୁକୁ ବିଶ୍ଵାସ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ ଖବର । ନହେଲେ ଆପଣ ବି ଭୂଲରେ ଏପରି କାମ କରିବେ ଯାହା , ଆପଣଙ୍କ ପିଛା ଛାଡ଼ିବନି ର୍ଦୁଭାଗ୍ୟ ।
ବାସ୍ତୁକୁ ବିଶ୍ଵାସର ସହ ଆଜିର ପ୍ରାୟ ଅଧିକାଂଶଲୋକ ଭରସା ରଖିଥାନ୍ତି । ବାସ୍ତୁଶାସ୍ତ୍ରରେ ଘଣ୍ଟା ଟାଙ୍ଗିବାର ମଧ୍ୟ ନୀତିନିୟମ ରହିଛି । କେଉଁଠି ଟାଙ୍ଗିଲେ କି ଫଳ ମିଳିବ ତାହା ଜାଣି ରଖିବା ଦରକାର ।
ଘରେ ଭାଙ୍ଗିଯାଇଥିବା କିମ୍ବା ବନ୍ଦ ହୋଇଥିବା ଘଣ୍ଟା ରଖନ୍ତୁ ନାହିଁ । ଏହାଦ୍ଵାରା ନକରାତ୍ମକ ବିଚାରଧାରା ଆପଣଙ୍କୁ କବଳିତ କରିବ ।
ବାସ୍ତୁ ଅନୁସାରେ ଦକ୍ଷିଣଦିଗ ହେଉଛି ଯମଙ୍କର ଦିଗ । ଆପଣ ଦକ୍ଷିଣ ଦିଗରେ ଥିବା ଦୁଆର କିମ୍ବା କାନ୍ଥରେ ଘଣ୍ଟା ଲଗାଉଛନ୍ତି ମାନେ ର୍ଦୁଭାଗ୍ୟକୁ ଡ଼ାକି ଆଣୁଛନ୍ତି । ଏହାଦ୍ଵାରା ଘରର ମୁଖିଆଙ୍କ ସ୍ଵାସ୍ଥ୍ୟ ଖରାପ ହେବା ସହିତ କେହିକେହି ବି ମୃତ୍ୟୁମୁଖରେ ପଡ଼ିପାରନ୍ତି । ଆପଣଙ୍କୁ ଆର୍ଥିକ ସମସ୍ୟା ଭିତର ଦେଇ ଗତିକରିବାକୁ ପଡ଼ିପାରେ ।
ଘରର ଦୁଆର ବନ୍ଧ ଉପରେ ଲଗାନ୍ତୁ ନାହିଁ ଘଣ୍ଟା । କାରଣ ଏହାଦ୍ଵାରା ଆପଣଙ୍କର ଅନେକ ଅସୁବିଧା ଦେଖାଯାଇପାରେ । ଘରର ମୁଖ୍ୟଦ୍ଵାର ନେଗେଟିଭ ଏନର୍ଜି ଚଳପ୍ରଚଳ କରୁଥିବାର ଆଶଙ୍କା ଥିବାରୁ ପରିବାର ପ୍ରତି ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ ।
ଆପଣ ଘର ଭିତରେ ପୂର୍ବ, ପଶ୍ଚିମ,ଉତ୍ତରଦିଗରେ ଲଗାନ୍ତୁ । ଏହାଦ୍ଵାରା ସୁଖ,ସମୃଦ୍ଧି, ଭଲପାଇବା ବଜାଇ ରଖିପାରିବେ ।
ପୂର୍ବଦିଗରେ ଲଗାଇଲେ ବାତାବରଣ ଅନୂକୂଳ ରହିବା ସହିତ ପରସ୍ପର ମଧ୍ୟରେ ସଂପର୍କ ସୁଦୃଢ଼ ହୋଇପାରିବ ।
ପଶ୍ଚିମଦିଗରେ ଲଗାଇଲେ ପାରିବାରିକ ବୁଝାମଣା ଠିକ ରହିବା ସହିତ ସୌନ୍ଦର୍ଯ୍ୟର ନୂତନ ଅବସର ମିଳିପାରିବ ।
ଉତ୍ତରଦିଗରେ ଲଗାଇଲେ ପରିବାରରେ ଧନକ୍ଷୟରୁ ରକ୍ଷା କରିବା ସହ ନୂଆ ରୋଜଗାରର ବାଟ ଫିଟାଇବ ।
Comments are closed.