ପାଚିଲା କଦଳୀକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସରଳ ଉପାୟ
କଦଳୀ ଏପରି ଏକ ଫଳ ଯାହାକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି । ଫଳ ହେଉ କିମ୍ବା ପନିପରିବା ଲୋକମାନେ କିଣିଲା ବେଳେ ବହୁମାତ୍ରାରେ କଦଳୀକୁ କିଣି ଆଣିଥାନ୍ତି । କାହିଁକି ନା କଦଳୀ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ଏହା ଖାଇବା ଦ୍ବାରା ଶରୀରକୁ ଆଇରନ୍ ମିଳିଥାଏ । କିନ୍ତୁ ସାଧାରଣତଃ ଘରେ କଦଳୀ ଦିନେରୁ ଦୁଇଦିନ ପର୍ଯ୍ୟନ୍ତ ରହିଥାଏ । କାହିଁକି ନା ଅଧିକ ଦିନ ରହିଲେ ଏହା ଖରାପ ହେବା ଆରମ୍ଭ କରେ । ଏହା ଅତି ଶୀଘ୍ର କଳା ପଡ଼ିଯାଏ ଏବଂ ନଷ୍ଟ ହେବାକୁ ଲାଗେ । ଏଥିପାଇଁ ଅନେକ ଲୋକ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ କଞ୍ଚା କଦଳୀ କିଣିଥାନ୍ତି । କିନ୍ତୁ ତାହାର ସ୍ବାଦ ଭଲ ହୋଇନଥାଏ । ତେବେ ଏହି ଟସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ ରହିଛି । ଯାହା ପାଇଁ ଆପଣଙ୍କର ପାଚିଲା କଦଳୀ ଅନେକ ଦିନ ପର୍ଯ୍ୟନ୍ତ ନଷ୍ଟ ହେବ ନାହିଁ । ଚାଲନ୍ତୁ ଜାଣିବା ପାଚିଲା କଦଳୀକୁ ଅଧିକ ଦିନ ଯାଏଁ ଷ୍ଟୋର କରି ରଖିବାର ସହଜ ଉପାୟ ।
• ତେବେ କଦଳୀକୁ ଅଧିକ ଦିନ ଯାଏଁ ଫ୍ରେସ୍ ରଖିବା ପାଇଁ ତା ଉପର ଡେମ୍ପକୁ ପ୍ଲାଷ୍ଟିକ୍ କିମ୍ବା ପେପର ଗୁଡାଇ ରଖନ୍ତୁ । ଏହା କରିବା ଦ୍ବାରା କଦଳୀ ଶୀଘ୍ର ଖରାପ ହେବ ନାହିଁ । ଅଧିକ ଦିନ ପର୍ଯ୍ୟନ୍ତ ରହିବ ।
• କଦଳୀକୁ ଖରାପ ହେବାରୁ ଆଗରୁ ବଜାରରେ କଦଳୀ ଟାଙ୍ଗିବା ପାଇଁ ଏକ ସ୍ବତନ୍ତ୍ର ହ୍ୟାଙ୍ଗର ମିଳୁଛି । ଯାହା ଦ୍ବାରା ଆପଣ ସେଥିରେ କଦଳୀ ରଖିଲ ତାହା ଜଲଦି ନଷ୍ଟ ହେବ ନାହିଁ ।
• କଦଳୀକୁ ଫ୍ରେସ୍ ରଖିବା ପାଇଁ ଭିଟାମିନ୍ ସି ଟାବଲେଟ୍ ମଧ୍ୟ ବ୍ୟବହାର କରିପାରିବେ । ଭିଟାମିନ୍ ସି ଟାବଲେଟ୍ କୁ ପାଣିରେ ଗୋଳାଇ କଦଳୀକୁ ସେଥିରେ ଭିଜାଇ ରଖନ୍ତୁ । ଏହା ଦ୍ବାରା କଦଳୀ ସଢିବ ନାହିଁ ।
• କଦଳୀକୁ କେବେ ବି ଫ୍ରିଜ୍ ରେ ରଖନ୍ତୁ ନାହିଁ । କାହିଁକି ନା ଏହା ଖୁବ୍ ଶୀଘ୍ର ଖରାପ ହୋଇଥାଏ । କଦଳୀକୁ ସବୁବେଳେ ରୁମର ସାଧାରଣ ତାପମାତ୍ରାରେ ରଖନ୍ତୁ । ଯାହା ଫଳରେ କଦଳୀଟି ତାଜା ରହିବ ।
• ସେହିପରି କଦଳୀକୁ ୱାକ୍ସ ପେପରରେ ଗୁଡାଇ ରଖନ୍ତୁ । ଯାହା ଫଳରେ କଦଳୀ ଗୁଡିକ ଶୀଘ୍ର ନଷ୍ଟ ହୁଏ ନାହିଁ । ନଚେତ୍ ଆପଣ କଦଳୀର ଡେମ୍ଫକୁ ପ୍ଲାଷ୍ଟିକ୍ ରେ ବାନ୍ଧିକି ମଧ୍ୟ ରଖି ପାରିବେ । ଏହା ଦ୍ବାରା କଦଳୀ ବହୁ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରହିଥାଏ ।
Comments are closed.