ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଡାଲି ପାଣି, ଜାଣନ୍ତୁ ଏହାର ଅନ୍ୟ ଲାଭକାରୀ ଗୁଣ ସମ୍ପର୍କରେ
ହାଲୁକା ଓ ସ୍ୱାସ୍ଥ୍ୟକର ଭୋଜନ କଲେ ଶରୀର ସୁସ୍ଥ ରହେ। ସେଥିପାଇଁ ଲୋକେ ଭାତ, ଡାଲି, ରୁଟି ଖାଇବାକୁ ବେଶୀ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟକର ସହ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଖାଦ୍ୟ ମଧ୍ୟ ଆବଶ୍ୟକ। ଡାଲି ମଧ୍ୟ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଡାଲି ଭଳି ଡାଲି ପାଣି ମଧ୍ୟ ବହୁତ ହିତକର।
ଡାଲି ପାଣିରେ ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫସଫରସ ରହିଛି। ଏହି ପାଣି ସେବନ ଦ୍ୱାରା ଏନିମିଆ ଦୂର ହେବା ସହ ଓଜନ ମଧ୍ୟ ହ୍ରାସ ପାଇଥାଏ। କରୋନା ସମୟରେ ଯଦି ଆପଣ ନିୟମିତ ଗୋଟେ କପ୍ ଡାଲି ପାଣି ସେବନ କରନ୍ତି ତାହେଲେ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଅନେକ ରୋଗରୁ ସୁରକ୍ଷା ଦେଇଥାଏ।
ଡାଲି ପାଣିରେ କ୍ୟାଲସିୟମ, ମ୍ୟାଗନେସିୟମ, ପୋଟାସିୟମ, ସୋଡିୟମ, ଭିଟାମିନ-ସି, କାର୍ବ, ପ୍ରୋଟିନ ଓ ଡାଇଟାରି ଫାଇବର ରହିଛି। ଡାଲି ପାଣିରେ ଅଳ୍ପ ଘିଅ ପକାଇ ଖାଇଲେ ଏହା କେବଳ ସ୍ୱାଦ ବଢ଼ାଇ ନଥାଏ ବରଂ ପୁଷ୍ଟିକର ମଧ୍ୟ। ଏହା ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ। ଡାଲି ପାଣି ଶରୀରକୁ ଶକ୍ତି ପ୍ରଦାନ କରିଥାଏ।
ଯଦି ଆପଣ ଓଜନ କମ କରିବାକୁ ନେଇ ଚିନ୍ତିତ ତାହେଲେ ଡାଲି ପାଣି ସେବନ କରିପାରିବେ। ଏହା କ୍ୟାଲୋରୀ କମ କରିବା ସହ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ। ଡାଲି ପାଣି ସହଜରେ ହଜମ ହୋଇଯାଇଥାଏ। ଏହା ଶରୀର ଓ ମସ୍ତିସ୍କ ପାଇଁ ବହୁତ ଲାଭଦାୟକ। ହାଲୁକା ହୋଇଥିବା ଯୋଗୁଁ ପେଟରେ ଗ୍ୟାସ ସମସ୍ୟା ହୋଇନଥାଏ।
ତରଳ ଝାଡା କିମ୍ବା ଡାଇରିଆ ହୋଇଥିଲେ ଡାଲି ପାଣି ସେବନ ଦ୍ୱାରା ଆରାମ ମିଳିଥାଏ। ଏହା ଶରୀରରେ ପାଣିର ଅଭାବ ପୁରା କରିଥାଏ ଏବଂ ତରଳ ଝାଡା କମ କରିଥାଏ।
Comments are closed.