କ୍ଷୀରରେ ମିଶି ଥାଇପାରେ ଷ୍ଟାର୍ଚ, ସାବୁନ ! ଜାଣନ୍ତୁ କିଭଳି କରିବେ ଚିହ୍ନଟ


ବର୍ତମାନ ସମୟରେ ମଣିଷ ଟଙ୍କା ପଛରେ ଏତେ ଅନ୍ଧ ହୋଇଗଲାଣି ଯେ ସାମାନ୍ୟ କେଇଟା ଟଙ୍କା ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସହିତ ଖେଳିବାକୁ ମଧ୍ୟ ପଛାଉନାହିଁ । ଏପରିକି ଖାଦ୍ୟରେ ଅପମିଶ୍ରଣ କରିବାକୁ ମଧ୍ୟ ପଛାଉନି । ପ୍ରତିଦିନ ନ୍ୟୁଜରେ ଅପମିଶ୍ରଣର ଖବର ଦେଖିବାକୁ ମିଳୁଛି । କ୍ଷୀର ହେଉଛି ଏଭଳି ଏକ ଖାଦ୍ୟ ଯେଉଁଥିରେ ସବୁ ପ୍ରକାର ପ୍ରୋଟିନ ମିଳିଥାଏ । ସ୍ବାସ୍ଥ୍ୟ ବୃଦ୍ଧି ଲାଗି ପ୍ରାୟତଃ ପ୍ରତ୍ୟେକ ପରିବାର ଘରକୁ କ୍ଷୀର ମଗାଇଥାନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପୋଷଣଯୁକ୍ତ କ୍ଷୀରରେ ଅନେକ ପ୍ରକାରର ଅପମିଶ୍ରଣ କରାଯାଇଥାଏ । ଏହି ଅପମିଶ୍ରଣରେ କେତେକ କ୍ଷତିକାରକ ଜିନିଷ ମିଶିଥିବାର କଥା ସାମନାକୁ ଆସିଥାଏ, ଯାହାକି ଆମ ସ୍ବାସ୍ଥ୍ୟକୁ କ୍ଷତି ପହଂଚାଇଥାଏ । ଏଥିପାଇଁ ଭାରତୀୟ ଖାଦ୍ୟ ସଂସ୍ଥା ଏହି ଅପମିଶ୍ରଣକୁ ଜାଣିବା ପାଇଁ କିଛି ପରାମର୍ଶ ଜାରି କରିଛନ୍ତି।

୧.କ୍ଷୀରରେ ପାଣି ମିଶ୍ରଣର ପରୀକ୍ଷଣ:

ଏକ ଢାଲୁଆ ସ୍ଥାନରେ ଦୁଇ ବୁନ୍ଦା କ୍ଷୀର ପକାନ୍ତୁ। ଶୁଦ୍ଧ କ୍ଷୀରର ବୁନ୍ଦା ଗୋଟିଏ ସ୍ଥାନରେ ସ୍ଥିର ରହିବ ନହେଲେ ଧୀରେ ଧୀରେ ଢାଲୁ ସ୍ଥାନ ଆଡ଼କୁ ବୋହିଯିବ। କିନ୍ତୁ ମିଶ୍ରିତ କ୍ଷୀର ଜୋରରେ ଢାଲୁ ଆଡ଼କୁ ବୋହିବ ଏବଂ କୈାଣସି ଚିହ୍ନ ଛାଡ଼ିବ ନାହିଁ।

୨.କ୍ଷୀରରେ ସାବୁନର ମିଶ୍ରଣର ପରୀକ୍ଷଣ:

୫ରୁ ୧୦ମିଲି କ୍ଷୀରର ନମୁନା ଆକାରରେ ନିଅନ୍ତୁ ଏବଂ ସେତିକି ମାତ୍ରାରେ ପାଣି ନିଅନ୍ତୁ। ଦୁଇଟିକୁ ଭଲଭାବେ ମିଶାଇ ନିଅନ୍ତୁ। ଯଦି କ୍ଷୀରରେ ସାବୁନ ମିଶିଥିବ ତାହେଲେ ପ୍ରଚୁର ମାତ୍ରାରେ ଫେଣ ସୃଷ୍ଟି ହେବ।

୩. ଘିଅ ଏବଂ ଲହୁଣୀରେ ଷ୍ଟାର୍ଚର ପରୀକ୍ଷଣ:

ଅଧ ଚାମଚ ଘିଅ କିମ୍ବା ଲହୁଣୀକୁ ସ୍ବଛ୍ଛ କାଚ ପାତ୍ରରେ ରଖନ୍ତୁ। ଆୟୋଡିନର ଘୋଳକୁ ଦୁଇ ତିନି ବୁନ୍ଦା ପକାନ୍ତୁ। ଏହି ଘୋଳ ଯଦି ନୀଳ ରଙ୍ଗର ହୋଇଯାଏ ତେବେ ଏଥିରେ ଅପମିଶ୍ରଣ ହୋଇଛି।


Share It

Comments are closed.