ଦେଶରେ ଜାରି ରହିଛି କରୋନା ପ୍ରକୋପ: ୨୪ ଘଂଟାରେ ୩ ଲକ୍ଷ ୪୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୪ ହଜାର ମୃତ
ଦେଶରେ କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । କରୋନା ପରେ ଏବେ ଭୟ ବଢାଇବାରେ ଲାଗିଛି ବ୍ଲାକ ଫଙ୍ଗସ । ଏହିରି ଭିତରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ ସପ୍ତାହେ ହେବ ୪ ଲକ୍ଷ ଟ୍ରେଣ୍ଡ୍ କମିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ବଳବତ୍ତର ଥିଲେ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୦୦ ଜଣଙ୍କ ମୃତ୍ୟୁ ହୋଇଛି ।
India reports 3,43,144 new #COVID19 cases, 3,44,776 discharges and 4,000 deaths in the last 24 hours, as per Union Health Ministry
Total cases: 2,40,46,809
Total discharges: 2,00,79,599
Death toll: 2,62,317Active cases: 37,04,893
Total vaccination: 17,92,98,584 pic.twitter.com/rLz1Fvz1Oa
— ANI (@ANI) May 14, 2021
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪୦୦୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୦ ଲକ୍ଷ ୪୬ ହଜାର ୮୦୯ରେ ପହଞ୍ଚିଛି।
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୦୦ ଲକ୍ଷ ୭୯ ହଜାର ୫୯୯ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୭୦୪୮୯୩ । ସେହିଭଳି ୧୭ କୋଟି ୯୨ ଲକ୍ଷ ୯୮ ହଜାର ୫୮୪ ଜଣ ଟିକା ନେଇସାରିଛନ୍ତି ।
Comments are closed.