ଶରୀରକୁ ସୁସ୍ଥ ରଖିବା ପାଇଁ ନିଶ୍ଚିତ ଆପଣାନ୍ତୁ ଏହିସବୁ ଅଭ୍ୟାସ, ହୋଇଥାଏ ଅତ୍ୟନ୍ତ ଲାଭଦାୟକ

Share It

ଆଜିକାଲିର ପରିବର୍ତିତ ସମୟରେ ଫିଟ ରହିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ନିଜ ଖାଦ୍ୟପେୟ ଠାରୁ ଆରମ୍ଭ କରି ଆମର ଦୈନନ୍ଦିନ ଅଭ୍ୟାସରେ କିଛି ସାଧାରଣ ଉପାୟ ଅନୁସରଣ କରି ଆମେ ଶରୀରକୁ ନିରୋଗ ରଖିପାରିବା। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ ବିଷୟରେ ।

-ତମ୍ବାର ପାତ୍ରରେ ପାଣି ପିଇବା ଶରୀର ପାଇଁ ଉତ୍ତମ ଅଟେ। ଏହା ଦ୍ୱାରା ଆମ ହୃଦୟ ସୁସ୍ଥ ରହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶରୀର ସୁସ୍ଥ ରହିଥାଏ।
-ଡ଼ାଇନିଙ୍ଗ୍‍ ଟେବୁଲରେ ଖାଇବା ପରିବର୍ତ୍ତେ ଖାଦ୍ୟ ସର୍ବଦା ଚଟାଣରେ ବସି ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
-ଶରୀରରେ ବାଦାମର ତେଲ ଲଗାନ୍ତୁ।
-ସର୍ବଦା କମ୍‍ କେମିକାଲ ଥିବା ଖାଦ୍ୟଦ୍ରବ୍ୟ ବ୍ୟବହାର କରିବା ଉଚିତ।
-ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ।
-ସପ୍ତାହକୁ ଥରେ ଅଥବା ଦୁଇ ଥର ନିମ କାଠିରେ ଦାନ୍ତ ସଫା କରିବା ଉଚିତ। ଏହା ଦ୍ୱାରା ଦାନ୍ତରେ ଥିବା ରୋଗଜୀବାଣୁ ନଷ୍ଟ ହେବା ସହ ପାଟିର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ।
-ନିୟମିତ ସକାଳ ୬ଟା ମଧ୍ୟରେ ଉଠି, ପ୍ରାକୃତିକ ପରିବେଶରେ ଅର୍ଥାତ ବାହାରକୁ ଯିବା ଆବଶ୍ୟକ। ସେହି ସମୟର ପବନ ଓ ଶୁଦ୍ଧ ବାୟୁ ଶରୀର ପାଇଁ ଖୁବ ଉପଯୋଗୀ। ଏହା ଶରୀରକୁ ବହୁ ରୋଗରୁ ଦୂରରେ ରଖିଥାଏ।
-ବିଛଣାରୁ ଉଠି ୨ରୁ ୩ ଗ୍ଲାସ ପାଣି ପିଇବା ଆବଶ୍ୟକ, ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ ଏସିଡ଼ିଟି,ମୁଣ୍ଡବିନ୍ଧା, ମୋଟାପଣ ଆଦି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
-ଥଣ୍ଡା ପାଗ ସମୟରେ ନିୟମିତ ଶରୀରେ ତେଲ ଲଗାଇବା ଆବଶ୍ୟକ। ଏହା ଦ୍ୱାରା ଥଣ୍ଡା,ଜ୍ୱର, କାଶ, କଫ ହେବା ଆଦି ରୋଗ ହୋଇ ନଥାଏ।
-ନିୟମିତ ୩ରୁ ୪ ଥର ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ,ଏପରି କଲେ ଦୃଷ୍ଟି ଶକ୍ତି ଭଲ ରହିଥାଏ।
-ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ଅଟେ। ବ୍ୟାୟାମ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
-ଖାଇବାର ୧ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
-ଖାଇବାର ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ। ଏପରି କଲେ ଖାଦ୍ୟ ଭଲ ଭାବେ ହଜମ ହୋଇ ନଥାଏ ଓ ଅଧିକ ପରିମାଣରେ ଏସିଡ଼ିଟି ହୋଇଥାଏ।
-କ୍ଷୀର ସହ ଦହି,ଲେମ୍ବୁ,ମୂଳା,କଲରା, ମାଛ ଆଦି ଖାଇବା ଉଚିତ ନୁହେଁ। ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ଯୋଗୁ ଚର୍ମ ଓ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।


Share It

Comments are closed.