ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୪ ହଜାର ଟପିଲା ମୃତ୍ୟୁ, ୩ ଲକ୍ଷ ୪୮ହଜାରରୁ ଅଧିକ ପଜିଟିଭ ଚିହ୍ନଟ
ଦେଶରେ ସଂକ୍ରମଣରେ ଆସୁଛି ସୁଧାର । ତଥାପି ଟଳିନି ଭୟ । ସ୍ଥିତି ଏବେ ଗମ୍ଭୀର ରହିଛି । ଗତ ଦୁଇ ଦିନ ହେବ କରୋନା ଗ୍ରାଫ ତଳମୁହାଁ ହୋଇ ରହିଛି । ହେଲେ ବି ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟାରେ ରେକର୍ଡ କରିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ବଳବତ୍ତର ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨୦୫ ଜଣଙ୍କ ମୃତ୍ୟୁ ହୋଇଛି ।
India reports 3,48,421 new #COVID19 cases, 3,55,338 discharges and 4205 deaths in the last 24 hours, as per Union Health Ministry
Total cases: 2,33,40,938
Total discharges: 1,93,82,642
Death toll: 2,54,197
Active cases: 37,04,099Total vaccination: 17,52,35,991 pic.twitter.com/fMKoTwf0kk
— ANI (@ANI) May 12, 2021
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୨୦୫ ଟପିଛି । ୨୪ ଘଣ୍ଟା ମଧ୍ୟରେ ୪ହଜାର ୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।
Comments are closed.