କଦଳୀ ସଢ଼ିଗଲେ ଫିଙ୍ଗିଦେଉଛନ୍ତି କି? ତେବେ ଫିଙ୍ଗିବା ପୂର୍ବରୁ ଜାଣି ରଖନ୍ତୁ ଏହାର ଫାଇଦା
ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଜାଣନ୍ତୁ କିପରି…
-ସଢିଯାଇଥିବା କଦଳୀ ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । କେବଳ ଏତିକି ନୁହେଁ, ସଢିଯାଇଥିବା କଦଳୀ ଖାଇବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମ୍ ରହିଥାଏ ।
-ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ଅଛି, ତେବେ ଆପଣ ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଉଚିତ୍ ।
-ସଢିଯାଇଥିବା କଦଳୀରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯେଉଁଥିପାଇଁ ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିଥାଏ ।
-ଆହୁରି ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଆପଣଙ୍କ ଆମ୍ନେସିଆକୁ ବହୁ ପରିମାଣରେ ଭଲ କରିଥାଏ । ଏଥିସହିତ ଏହା ଆପଣଙ୍କ ସ୍ମୃତି ଶକ୍ତିକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ ।
Comments are closed.