ମାସ୍କ ପିନ୍ଧିବା ଦ୍ବାରା ୮୭% ପର୍ଯ୍ୟନ୍ତ କମିଯାଏ ମୃତ୍ୟୁ ଆଶଙ୍କା :ଅଧ୍ୟୟନରେ ଖୁଲାସା
ମେଡିକାଲ ମାସ୍କ କରୋନା ମହାମାରୀକୁ ରୋକିବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ମାସ୍କ ଲଗାଇବା ଦ୍ବାରା ମୃତ୍ୟୁ ହେବାର ଆଶଙ୍କା ୮୭ ପ୍ରତିଶତ ହ୍ରାସ ପାଇଥାଏ | ଏହା ଆମେ କହୁନାହୁଁ ବରଂ ନୀକଟରେ କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରେ ଏହା ଜଣାପଡ଼ିଛି | ଆମେରିକାର ଜାତୀୟ ଜନସ୍ୱାସ୍ଥ୍ୟ ଏଜେନ୍ସିର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ସହିତ ଜଡିତ ଅନୁସନ୍ଧାନକାରୀଙ୍କର ଏକ ଦଳ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଲୋକମାନେ ମେଡିକାଲ ମାସ୍କ ପିନ୍ଧନ୍ତି ତେବେ ମୃତ୍ୟୁ ହେବାର ସମ୍ଭାବନା ୮୭ ପ୍ରତିଶତ ହ୍ରାସ ପାଇଥାଏ । ଅଧ୍ୟୟନରେ କୁହାଯାଇଛି ଯେ କୋବିଡର ବ୍ରିଟେନ ଷ୍ଟ୍ରେନକୁ ପ୍ରତିହତ କରିବା ପାଇଁ ଡବଲ୍ ମାସ୍କ ପିନ୍ଧିବା ଏକ ଉତ୍ତମ ବିକଳ୍ପ |
ପ୍ରାୟ ୬ମାସ ଧରି ଆମେରିକାରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡିଛି ଯେ, ଏକ କପଡା ମାସ୍କ ପିନ୍ଧିବା ଦ୍ୱାରା ମୃତ୍ୟୁ ହାର ୮୨ ପ୍ରତିଶତ ହ୍ରାସ ପାଇଛି | କିନ୍ତୁ ମେଡିକାଲ ମାସ୍କ ଲଗାଇବା ଦ୍ୱାରା ମୃତ୍ୟୁ ଆଶଙ୍କା ୮୭ ପ୍ରତିଶତ କମିଯାଏ। ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯେଉଁମାନେ ମାସ୍କ ପିନ୍ଧିବାକୁ ସଂକୋଚ କରନ୍ତି, ସେମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ବ୍ରିଟେନ ଏବଂ ୱୁହାନ ପ୍ରକାର ବିଷୟରେ ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରଥମ ଲହର ଅପେକ୍ଷା କରୋନାରେ ଏହି ପରିବର୍ତ୍ତନ ଅଧିକ ଶକ୍ତିଶାଳୀ ଅଟେ |ଯଦି ପରିବାରର ଜଣେ ବ୍ୟକ୍ତି ଏହା ଦ୍ୱାରା ଆକ୍ରାନ୍ତ ହୁଏ, ତେବେ ଏହା ସମଗ୍ର ପରିବାରକୁ ଶିକାର କରିଥାଏ | ଏପରି ପରିସ୍ଥିତିରେ, ଲୋକମାନେ ଏହିପରି ପ୍ରକାର ବିରୁଦ୍ଧରେ ଡବଲ୍ ମାସ୍କ ପିନ୍ଧିବା ଆବଶ୍ୟକ |
Comments are closed.